Masthead

ହଜ୍ ଯାତ୍ରାରେ କେବଳ ସ୍ଥାନୀୟ ଲୋକଙ୍କୁ ମିଳିବ ଅନୁମତି

ସାଉଦିଆରବ (ବଡ଼ ଖବର ବ୍ୟୁରୋ): କରୋନା କାଳରେ ହଜ୍ ଯାତ୍ରାକୁ ନେଇ କଠୋର ନୀତି ଆପଣେଇଛି ସାଉଦିଆରବ । ହଜ୍ ଯାତ୍ରା ପାଇଁ କେବଳ ସ୍ଥାନୀୟ ଲୋକଙ୍କୁ ହିଁ ଅନୁମତି ମିଳିବ | ଏନେଇ ସରକାରୀ ଭାବେ ସୂଚନା ଜାରି ହୋଇଛି । କରୋନା ମହାମାରୀ ପାଇଁ ଚଳିତବର୍ଷ ହଜ୍ ଯାତ୍ରାରେ କେବଳ ୬୦ ହଜାର ସ୍ଥାନୀୟ ଲୋକଙ୍କୁ ଅନୁମତି ମିଳିବ| ଏନେଇ ସାଉଦି ପ୍ରେସ ଏଜେନ୍ସି ହଜ୍ ଏବଂ ଓମରା ମନ୍ତ୍ରାଳୟ ବୟାନ ଜାରି କରିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଚଳିତ ବର୍ଷ ହଜ୍ ଯାତ୍ରା ଜୁଲାଇ ମାସ ମଧ୍ୟଭାଗରୁ ଆରମ୍ଭ ହେବ । ଏଥିରେ ୧୮ ରୁ ୬୫ ବର୍ଷର ଲୋକ ଭାଗ ନେଇପାରିବେ ।

ଏଥି ପାଇଁ ଇଛୁକ ସ୍ଥାନୀୟ ବ୍ୟକ୍ତି ଟିକା ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି । ହଜ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ଦେଶର ସୁରକ୍ଷା ପାଇଁ ସାଉଦି ଆରବ ସରକାର ଏଭଳି ନିଷ୍ପତ୍ତି ନେଇଛି । ପ୍ରତିବର୍ଷ ହଜ୍ ଯାତ୍ରାରେ ୨୦ ଲକ୍ଷ ଲୋକଙ୍କ ସମାଗମ ହୋଇଥିାଏ । କିନ୍ତୁ ଚଳିତ ବର୍ଷ ମହାମାରୀ ପାଇଁ ଏଥିରେ କିଛି କଟକଣା ଲଗାଯାଇଛି ଜ୍ଝ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି ହଜ୍ ଯାତ୍ରାକୁ ନେଇ ଜାରି ହୋଇଥିବା ନିର୍ଦ୍ଦେଶକୁ ସହମତି ଦେଇଛନ୍ତି । ଏବଂ ସେ କହିଛନ୍ତି ହଜ୍ ଯାତ୍ରାକୁ ନେଇ ସାଉଦି ଆରବ ସରକାର ଯାହା ନିଷ୍ପତ୍ତି ନେବେ ସେଥିରେ ଭାରତ ସରକାର ସହମତ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି