Masthead

ଜାଲ ସାର୍ଟିଫିକେଟ ପ୍ରସଙ୍ଗ, ଶାସକ ଦଳର ରହିଛି ସମ୍ପୃକ୍ତି: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱରେ(ବଡ଼ ଖବର ବ୍ୟୁରୋ): ଶୂନ୍ୟକାଳରେ ଉଠିଲା ବଲାଙ୍ଗୀର ଜାଲ ସାର୍ଟିଫିକେଟ ପ୍ରସଙ୍ଗ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଉଠାଇଲେ ଫେକ ସାର୍ଟିଫିକେଟ ପ୍ରସଙ୍ଗ । ସାଲୁଜା କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର । ବଲାଙ୍ଗୀରରୁ ଧରାଯାଇଥିବା ନକଲି ସାର୍ଟିଫିକେଟ ମାମଲାରେ ମନୋଜ ମିଶ୍ର ଏବଂ ଅଶୋକ ଉଦଗାତା ସମେତ ୧୯ ଜଣ ଗିରଫ ଗିରଫ ହୋଇଛନ୍ତି । ବର୍ଷ ବର୍ଷ ଧରି ଚାଲିଥିଲା ଏହି ନକଲି ସାର୍ଟିଫିକେଟ କାରବାର ।

ହଜାର ହଜାର ଛାତ୍ରଛାତ୍ରୀ ମାନଙ୍କୁ ନକଲି ସାର୍ଟିଫିକେଟ ଏବଂ ମାର୍କସିଟ ଦେଇଛନ୍ତି । ସେହି ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗରେ ଚାକିରି କରିଛନ୍ତି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଫେକ ସାର୍ଟିଫିକେଟର ତିଆରି ଚାଲିଛି । ଏଥିରେ ବିଜେଡ଼ି ନେତାମାନେ ସମ୍ପୃକ୍ତ ଅଛନ୍ତି । ଆଇଟି ସେଲର ଉପଦେଷ୍ଟା ଅଛନ୍ତି । ବିଜେଡ଼ିର ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି । ଫେକ୍ ସାର୍ଟିଫିକେଟ ଦେଇ ଅ, ଆ ଜାଣିନଥିବା ପିଲା ମାଟ୍ରିକ ଓ ଯୁକ୍ତ ଦୁଇରେ ପ୍ରଥମ ହୋଇଛନ୍ତି । ଦେଶବ୍ୟପାୀ ଏହି ଚେର ଲମ୍ବିଥିବା ଜଣାପଡ଼ିବା ପରେ ଏକ ପୋଲିସ ଟିମ୍ ରାଜ୍ୟ ବାହାରକୁ ଅଧିକ ତଦନ୍ତ ପାଇଁ ଯିବାକୁ ପ୍ରସ୍ତୁତ ହେଉଛି । ଚଢାଉ ବେଳେ କୋଚିଂ ସେଂଟରରୁ ପ୍ରାୟ ହଜାରେ ନକଲି ସାର୍ଟିଫିକେଟ୍ ଜବତ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ