Masthead

OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): OSRTC ସିଏଓ ବିଜୟ କୁମାର ମଙ୍ଗରାଜ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଓଏସଆରଟିସିର ବିତ୍ତୀୟ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟସ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍ସ । ଘର ସମେତ ୭ ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ । ଯେଉଁଥିରେ ରହିଛି ଜେଡ ଅପର୍ଟମେଂଟର ଏକ ଫ୍ଲାଟ, ପଳାଶୁଣିରେ ଦୁଇଟି ଘର, ବାରିପଦାରେ ଘର, ଖାରବେଳଭବନରେ ଥିବା ଅଫିସ, ଇଡକୋ ଟାୱାରରେ ଥିବା ଅଫିସ, OSRTC ଅଫିସରେ ମଧ୍ୟ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ସେହିପରି କେରଳର ଏର୍ଣ୍ଣାକୁଲମରେ ଏକ ଦି ମହଲା ବିଲଡିଂ ରହିଛି। ତଦନ୍ତ ବେଳେ ଜଣା ପଡ଼ିଛି, ୧୯୯୧ ରୁ ଚାକିରୀ କରିଥିଲେ ବିଜୟ । ୨୦୨ ରେ ଚାକିରୀରୁ ଅବସର ନେବାକୁ ଥିବାବେଳେ ଏବେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବିଜୟ କୁମାର ମଙ୍ଗରାଜ । ସେହିପରି ତାଙ୍କର ଦୁଇଟି କାର ଓ ଭୁବନେଶ୍ବରରେ ଦୁଇଟି ପ୍ଲଟ ଥିବା ଜଣାଯାଇଛି । ୫ ଶହ ଗ୍ରାମ ସୁନା ଅଳଙ୍କାର ଜବତ କରିଛି ଭିଜିଲାନସ । ବିଜୟ ମଙ୍ଗରାଜଙ୍କର ଏକ କୋଟି ୪୭ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଛି । ଏନେଇ ଭୁବନେଶ୍ବର ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ