Masthead

ବାଲେଶ୍ବର-ଭଦ୍ରକରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ବାଲେଶ୍ଵର  (ବଡ଼ ଖବର ବ୍ୟୁରୋ): ଆକାଶରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଭୟରେ ଲୋକେ ଆତଙ୍କିତ । ବାଲେଶ୍ଵରରେ ଦୁଇ ଦିନ ଧରି ଆକାଶ ମାର୍ଗରୁ ଶୁଭୁଛି ପ୍ରଚଣ୍ଡ ଶବ୍ଦ , ଲୋକେ ଆତଙ୍କିତ । ଗତକାଲି ଭଳି ଆଜି ବି ବାଲେଶ୍ବରର ନିଳଗିରି ଓ ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ପରେ ଥରିଗଲା ଆଖପାଖ ଅଞ୍ଚଳ । ଦୁଇଥର ଏହି ପ୍ରଚଣ୍ଡ ଶବ୍ଦ ଶୁଭିଥିବା ସୂଚନା । ଏଭଳି ଶବ୍ଦ ଶୁଣି ଭୟଭୀତ ସ୍ଥାନୀୟ ଲୋକେ । ତେବେ ପାଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଥିବାରୁ, ଗୋଳାବାରୁଦ ପରୀକ୍ଷଣ ହେଉଥିବା ଅନୁମାନ କରାଯାଉଥିଲା । କହିବାକୁ ଗଲେ ଏହିପରେ ପ୍ରଚଣ୍ଡ ଓ ଭୟଙ୍କର ଶବ୍ଦ ଆଗରୁ କେହି ଶୁଣି ନଥିଲେ । ବଜ୍ରପାତ ପାଇଁ ଏଭଳି ଶବ୍ଦ ହୋଇଥିବା ନେଇ ସୂଚନା ଦେଇଥିଲେ ବାଲେଶ୍ବର ପାଣିପାଗ କେନ୍ଦ୍ର ଅଧିକାରୀ । ହେଲେ ଆଜି ଏନେଇ କୌଣସି ସୂଚନା ମିଳି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ