(ବଡ଼ ଖବର ବ୍ୟୁରୋ): ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟରର ବୋର୍ଡ । ଆଉ ଭିତରେ ଚାଲିଥିଲା ସେକ୍ସ ରାକେଟ । ତାହା ପୁଣି ଆଉ କେଉଁଠି ନୁହେଁ, ରାଜଧାନୀର ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ । ତେବେ ପୋଲିସ ଏ ନେଇ କୌଣସି ସୁରାଗ ପାଇ ପାରୁ ନଥିବା ବେଳେ ଜଣେ ଯୁବତୀଙ୍କ ଅଭିଯୋଗ ପରେ ଏବେ ପୋଲିସ ଛାନଭିନ କରୁଛି ।
ପୋଲିସ ସେହି ସେଣ୍ଟରର ମାଲିକକୁ ଗିରଫ କରିଥିବା ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଚାକିରୀର ପ୍ରଲୋଭନ ଦେଖାଇ ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ ଏକ କନସଲଟାନ୍ସି ସେଣ୍ଟରରେ ଭର୍ତ୍ତି କରାଯାଉଥିଲା । ସେମାନେ ସେଠାକୁ ଯିବା ପରେ ସେମାନଙ୍କୁ ଜବରଦସ୍ତି ସେକ୍ସ ରାକଟରେ ଭର୍ତ୍ତି କରାଯାଉଥିଲା । ଦୀର୍ଘଦିନ ହେଲା ଏଭଳି କାମ ସେଠାରେ ଚଲୁଥିବା ସୂଚନା ମିଳିଛି ।