Masthead

ମା-ଝିଅଙ୍କୁ ଛୁରା ମାଡ଼ ଘଟଣା ଯୋଜନାବଦ୍ଧ: ଡିସିପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମା’-ଝିଅଙ୍କୁ ଛୁରାମାଡ଼ ଘଟଣା ଯୋଜନାବଦ୍ଧ । ଡିସିପି ଉମାଶଙ୍କର ଦାଶଙ୍କ ସୂଚନା । ଲୋନ ସୁଝିବାକୁ ହୋଇଥିଲା ଲୁଟ୍ ଉଦ୍ୟମ । ଅଭିଯୁକ୍ତ ରୂପେଶ ପଣ୍ଡା କରିଥିଲେ ଉଦ୍ୟମ । ଶୈଳଶ୍ରୀବିହାରରେ ହୋଇଥିଲା ଛୁରାମାଡ଼ । ବନ୍ଧୁଙ୍କ ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର । ୧ନମ୍ବର ମାର୍କେଟରୁ କିଣିଥିଲେ ଛୁରୀ, ନକଲି ବନ୍ଧୁକ ଓ ମହିଳା ଡ୍ରେସ ମଧ୍ୟ କିଣିଥିଲେ । ମହିଳା ଡ୍ରେସ ପିନ୍ଧି ଅଟୋରେ ଯାଇଥିଲେ । ଆକ୍ରମଣ ପରେ ପଣ୍ଡ ହୋଇଥିଲା ଲୁଟ ଉଦ୍ୟମ । ରୂପେଶ ଓ ସହଯୋଗୀ ସଞ୍ଜୟ ପଣ୍ଡା ଗିରଫ । ମା’ଝିଅଙ୍କୁ ଦିଆଯିବ ମାନପତ୍ର ବୋଲି ଡିସିପି ପ୍ରେସମିଟରେ କହିଛନ୍ତି ।

ସୋମବାର ପୂର୍ବାହ୍ନରେ ମହିଳାଙ୍କ ଘରେ କେହି ନଥିବାବେଳେ କେବଳ ମା-ଝିଅ ଥିଲେ । ଏହି ସମୟରେ ପଡୋଶୀ ଯୁବକ ମହିଳାଙ୍କ ଡ୍ରେସ ପିନ୍ଧି ତାଙ୍କ ଘରକୁ ଆସିଥିଲେ । କେହି କିଛି ବୁଝିବା ଆଗରେ ମା’-ଝିଅଙ୍କୁ ଆକ୍ରମଣ କରିଥିଲେ । ପରେ ଛୁରା ମାଡ କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ୩ଜଣ ଯାକ ଆହତ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଁଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’