Masthead

ମା-ଝିଅଙ୍କୁ ଛୁରା ମାଡ଼ ଘଟଣା ଯୋଜନାବଦ୍ଧ: ଡିସିପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମା’-ଝିଅଙ୍କୁ ଛୁରାମାଡ଼ ଘଟଣା ଯୋଜନାବଦ୍ଧ । ଡିସିପି ଉମାଶଙ୍କର ଦାଶଙ୍କ ସୂଚନା । ଲୋନ ସୁଝିବାକୁ ହୋଇଥିଲା ଲୁଟ୍ ଉଦ୍ୟମ । ଅଭିଯୁକ୍ତ ରୂପେଶ ପଣ୍ଡା କରିଥିଲେ ଉଦ୍ୟମ । ଶୈଳଶ୍ରୀବିହାରରେ ହୋଇଥିଲା ଛୁରାମାଡ଼ । ବନ୍ଧୁଙ୍କ ସହ ମିଶି ରଚିଥିଲେ ଷଡ଼ଯନ୍ତ୍ର । ୧ନମ୍ବର ମାର୍କେଟରୁ କିଣିଥିଲେ ଛୁରୀ, ନକଲି ବନ୍ଧୁକ ଓ ମହିଳା ଡ୍ରେସ ମଧ୍ୟ କିଣିଥିଲେ । ମହିଳା ଡ୍ରେସ ପିନ୍ଧି ଅଟୋରେ ଯାଇଥିଲେ । ଆକ୍ରମଣ ପରେ ପଣ୍ଡ ହୋଇଥିଲା ଲୁଟ ଉଦ୍ୟମ । ରୂପେଶ ଓ ସହଯୋଗୀ ସଞ୍ଜୟ ପଣ୍ଡା ଗିରଫ । ମା’ଝିଅଙ୍କୁ ଦିଆଯିବ ମାନପତ୍ର ବୋଲି ଡିସିପି ପ୍ରେସମିଟରେ କହିଛନ୍ତି ।

ସୋମବାର ପୂର୍ବାହ୍ନରେ ମହିଳାଙ୍କ ଘରେ କେହି ନଥିବାବେଳେ କେବଳ ମା-ଝିଅ ଥିଲେ । ଏହି ସମୟରେ ପଡୋଶୀ ଯୁବକ ମହିଳାଙ୍କ ଡ୍ରେସ ପିନ୍ଧି ତାଙ୍କ ଘରକୁ ଆସିଥିଲେ । କେହି କିଛି ବୁଝିବା ଆଗରେ ମା’-ଝିଅଙ୍କୁ ଆକ୍ରମଣ କରିଥିଲେ । ପରେ ଛୁରା ମାଡ କରିଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ୩ଜଣ ଯାକ ଆହତ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଁଚି ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା । ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ