Masthead

ଅମ୍ଳଜାନ ପାଇଁ ହାହାକାର

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାରା ଦେଶ ଏବେ କରୋନା କବଳରେ । ପୁଣି ଫେରିଛି ଭୟ ଓ ଆତଙ୍କର ବାତାବରଣ । ହସ୍ପିଟାଲରେ ରୋଗୀଙ୍କ ଲାଇନ ଲାଗିଛି । ଜୀବନ, ମୃତ୍ୟୁ ସହ  ସଙ୍ଘର୍ଷ ଚାଲିଛି । ଆଉ ଏହା ଭିତରେ ଯେଉଁ ଖବର ଆସୁଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସାରା ଦେଶରେ ଏବେ ଅମ୍ଳଜାନ ପାଇଁ ହାହାକାର ପଡିଛି । ବିଶେଷକରି, ଦେଶର ରାଜଧାନୀ ଦିଲ୍ଲୀରେ ସଂକଟ ଉତ୍କଟ ହୋଇଛି । ଅମ୍ଳଜାନ ପାଇଁ ହାହାକାର ପରିସ୍ଥିତି ଦେଖାଦେଇଛି । ଅଧିକାଂଶ ଡାକ୍ତରଖାନାରେ ଅମ୍ଳଜୋନର ଘୋର ଅଭାବ ଦେଖାଦେଇଛି । ଅମ୍ଳଜାନ ଅଭାବରୁ ଅନେକ ଜୀବନ ଯିବାର ଦୁଃଖଦ ଖବର ବି ସାମ୍ନାକୁ ଆସୁଛି । ଏ ସଂପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଅଗ୍ରଓ୍|ଲ ବାରମ୍ବାର ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଷୋଦିଆ ମଧ୍ୟ ଟ୍ବିଟ କରିଛନ୍ତି ।  ସେ ଲେଖିଛନ୍ତି, ଦିଲ୍ଲୀର ଅଧିକାଂଶ ହସ୍ପିଟାଲରେ କେବଳ ଆଗାମୀ ୮ରୁ ୧୨ ଘଣ୍ଟା ପାଇଁ ଅମ୍ଳଜାନ ଉପଲବ୍ଧ ଅଛି । ଗତ ସପ୍ତାହେ ହେଲା ଦିଲ୍ଲୀରେ ଅକ୍ସିଜେନ ସପ୍ଲାଏ ବଢାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି  କରାଯାଉଛି । କିନ୍ତୁ କେନ୍ଦ୍ର ଏହି ବ୍ୟବସ୍ଥା କରିପାରିନାହିଁ । ଯଦି ଶୀଘ୍ର ଅମ୍ଳଜାନ ହସ୍ପିଟାଲରେ ନ ପହଞ୍ଚେ ତାହା ହେଲେ ହାହାକାର ସ୍ଥିତି ହୋଇଯିବ । ଏହା ସହ କେଉଁ ହସ୍ପିଟାଲରେ କେତେ ଘଣ୍ଟା ପାଇଁ ଅମ୍ଳଜାନ ଉପଲବ୍ଧ ଅଛି, ତାହାର ହିସାବ ବି ସେ ଦେଇଛନ୍ତି । ଅଧିକାଂଶ ହସ୍ପିଟାଲରେ ଅମ୍ଳଜାନ ୮ରୁ ୧୨ ଘଣ୍ଟା ମଧ୍ୟରେ ଶେଷ ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ