Masthead

ଅପରାଧ , ଅପରାଧୀ ମଝିରେ ମଧ୍ୟସ୍ଥି ସାଜିଛି ଓୟୋ ରୁମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାଧୀମାନଙ୍କ ସେଫ୍ ଜୋନ ପାଲଟିଛି ଓୟୋ ରୁମ୍ । କେତେବେଳେ ହତ୍ୟାକାଣ୍ଡ ତ କେତେବେଳେ ଦୁଷ୍କର୍ମ । ସାଙ୍ଘାତିକ ଅପରଧ ଘଟାଇବା ପାଇଁ ଓୟୋ ରୁମକୁ ଅତି ସହଜରେ ବାଛୁଛନ୍ତି ଅପରାଧୀ । କେବଳ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ନୁହେଁ, ବଡ ବଡ଼ ଡକାୟତି ପାଇଁ ମଧ୍ୟ ଓୟୋ ରୁମରେ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ । ବର୍ତ୍ତମାନ ଓୟୋ ରୁମ ଅପରାଧୀଙ୍କ ଅଭୟାରଣ୍ୟ । ଝରଫୁଲ ମୃତ୍ୟୁ ଘଟଣା ହେଉ ବା ଗତ କାଲିର ଅଵିଵେକ ନାୟକ ମର୍ତ୍ୟୁ ଘଟଣା । ଏସବୁରେ ଓୟୋ ରୁମ ସମ୍ପୃକ୍ତି । ଏହାକୁ ନେଇ ନିଶ୍ଚିତ ଭାବରେ ଏକ ପ୍ରଶ୍ନ ବାଛି ସୃଷ୍ଟି ହେଉଛି ।

ସୁରକ୍ଷା ଦୃଷ୍ଟିରୁ ଓୟୋରେ ରହୁଥିବା ସମସ୍ତ ଅତିଥିଙ୍କ ତଥ୍ୟ କାହିଁକି ଯାଞ୍ଚ କରୁନି ପୋଲିସ । ପୋଲିସ ଯାଞ୍ଚ କରୁନି ନା ଓୟୋ କର୍ମଚାରୀ ତଥ୍ୟ ଦେବାରେ କରୁଛନ୍ତି ଚଞ୍ଚକତା । ଏପରିକି ବିନା ପରିଚୟ ପତ୍ରରେ ରୁମ ଦିଆଯିବା ବିଭିନ୍ନ ଜାଗାରେ ଦେଖିବାକୁ ମିଳିଛି । ଯାହାର ଲାଭ ଉଠାଉଛନ୍ତି ପଥଭ୍ରଷ୍ଟ ଯୁବକ ଯୁବତୀ । ସେ ପୋଲିସର ଭୁଲ ହେଉ ବା ଓୟୋ କର୍ମଚାରୀଙ୍କ ଭୁଲ, ଏସବୁ ଭିତରେ ବଳି ପଡୁଛନ୍ତି ଜନତା । ଯାଉଛି ଜୀବନ ଘଟୁଛି ଅନେକ ଅଘଟଣ। ଏସବୁ ଅପରଧକୁ ରୋକିବା ପାଇଁ କେବେ ତତ୍ପରତା ଦେଖାଇବ ପୋଲିସି, କେବେ ଯାଞ୍ଚ କରିବ ଅତିଥିଙ୍କ ପୁରା ତଥ୍ୟ ଓ ଦୃଢ କାର୍ୟ୍ୟାନୁଷ୍ଠାନ ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ