Masthead

ବୁଡି ବିସ୍ଥାପିତଙ୍କ ଆତ୍ମହୁତି ଉଦ୍ୟମ, ସଂଘର ସଭାପତିଙ୍କୁ ଉଠାଇ ନେଲା ପୋଲିସ୍

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): ରେଙ୍ଗାଳୀ ବୁଡ଼ି ବିସ୍ଥାପିତଙ୍କ ଆତ୍ମହୁତି ଉଦ୍ୟମ ବେଳେ ସଂଘର ସଭାପତିଙ୍କୁ ଉଠାଇ ନେଲା ପୋଲିସ୍। ଅନୁଗୋଳ ଜିଲ୍ଲା ପାଲଲହଡ଼ା ଠାରେ ଦୀର୍ଘ ଦିନରୁ ରେଙ୍ଗାଳି ବୁଡ଼ି ବିସ୍ଥାପିତଙ୍କ ଦୁଃଖ ସରକାର ନ ବୁଝିବାରୁ ସେମାନେ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନକୁ ଗୁହାରି କରି ସାରିବା ପରେ କିଛି ଦିନ ପୂର୍ବରୁ ଜଳ ସତ୍ୟାଗ୍ରହ କରି ଆନ୍ଦୋଳନ କରିଥିଲେ । କିନ୍ତୁ ପ୍ରଶାସନ ବୁଝାଇ ବାହାର କରିଥିଲା। ଏବେ କୌଣସି ନିଷ୍ପତି ନହେବା ହେତୁ ସେମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ସମୂହ ଆତ୍ମହୁତି ଦେବା ପାଇଁ ନିଷ୍ପତି ନେଇ ବାହାରି ଥିଲେ ।

ୟାରି ଭିତରେ ସଂଘର ସଭାପତି ସନ୍ତୋଷ କୁମାର ଦେହୁରୀ କିରୋସିନି ଢ଼ାଳି ହୋଇ ନିଆଁ ଲଗାଇବା ସମୟରେ ପୋଲିସ ଉଠାଇ ଥାନାକୁ ନେଇଛି। ସଂଘର ସଭାପତି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହିତ ପୋଲିସ ତାଙ୍କ ପ୍ରତି ଅନ୍ୟାୟ କରୁଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ସଙ୍ଗର ସଭାପତିଙ୍କୁ ପୋଲିସ ଉଠାଇ ନେବାପରେ ସମସ୍ତ ବୁଡ଼ି ପ୍ରଜା ସଭାପତିଙ୍କୁ ଛାଡିବା ଦାବିରେ ଥାନାରେ ବସିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ