ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜନୀତିରେ କିଛି ବି ନୁହେଁ ଅସମ୍ଭବ । ସବୁ କିଛି ଏଠି ସମ୍ଭବ । ଜନତା ଚାହିଁଲେ ରାତାରାତି ବଦଳାଇ ଦିଅନ୍ତି ଚିତ୍ରପଟ୍ଟ । ଯେମିତି କି ଓଡ଼ିିଶା ରାଜନୀତି ଦେଖିଛି ନୂଆ ଦିଶା । ଭାଙ୍ଗିଛି ବର୍ଷ ବର୍ଷର ଗଡ । ଶଙ୍ଖ ଫାଟିଛି, ପଦ୍ମ ଫୁଟିଛି । ଗାଦିର ଲାଳସାରେ ସବୁ କିଛି କରିବା ପାଇଁ ଆଗେଇ ଆସିଥିବା କିଛି କ୍ଷମତା ଲୋଭିଙ୍କୁ ଲାଗିଛି ଶକ୍ତ ଝଟକା । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟ ବି ଆଜି ଭୋଗୁଛନ୍ତି ସମାନ ଦଶା । ଦିନେ ତାମିଲନାଡୁରେ ଯେଉଁଭଳି ଭାବେ ଅନ୍ୟ ହାତରେ ଶାସନ ଟେକି ଦେଇ ଜୟ ଆରାମ କରୁଥିଲେ ସେହିଭଳି ବି ଓଡ଼ିଶାରେ ନବୀନ ବି ନିଜେ ସରକାର ସମୟରେ ଅନ୍ୟ ହାତକୁ କ୍ଷମତାକୁ ଦେଇଦେଇଥିଲେ ଟେକି । ଦିନେ ଓଡ଼ିଶାକକୁ ଚାକିରି କରିବା ପାଇଁ ତାମିଲନାଡୁରୁ ଆସିଥିବା ଭୈରବ କାରର୍ତ୍ତିକେୟନ ପାଣ୍ଡିଆନ ଏବେ ଯେ ବିଜେଡିର ସର୍ବେସର୍ବା ତାହା ଅନୁମେୟ । ତାମିଲ କ୍ୟାଡର ପାଣ୍ଡିଆନ ଓଡ଼ିଶା ଝିଅ ଆଇଏଏସ୍ ସୁଜାତାଙ୍କୁ ବିବାହ କରିବା ପରେ ହୋଇଯାଇଥିଲେ ଓଡ଼ିଶା କ୍ୟାଡର ଅଫିସର । ରାଜ୍ୟରେ ଆରମ୍ଭ କରିଥିଲେ ନିଜର ପ୍ରଶାସନିକ ଯାତ୍ରା । ଧିରେ ଧିରେ ଆଗକୁ ବଢି ସୁଯୋଗର ଫାଇଦା ଉଠାଇ ନବୀନଙ୍କ ନିକଟତର ହୋଇଥିଲେ ।

ଏହାପରେ ହାତ ପଶାଇବା ଛଳରେ ବାହୁ ପଶେଇ ନିଜର ଫାଇଦା ଉଠାଇଲେ । ଏବେ ବି ଏହା କରିଚାଲିଛନ୍ତି । ନବୀନ ନିଜ ପରିବାର ସଦସ୍ୟଙ୍କ ଠାରୁ ଦୂରେଇ ଗଲେ ହେଲେ ପାଣ୍ଡିଆନକୁ ନିଜର କରିନେଲେ । ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଲାଗୁଛି ଯେମିତି ପାଣ୍ଡିଆନ ବି ଏ ସବୁ ଚାହୁଁଥିଲେ । ଯାହା ତାଙ୍କୁ ମିଳିଯାଇଛି । ଉଭୟଙ୍କ ଘନିଷ୍ଟତା ବଢିବାକୁ ଲାଗିଲା । ନିଜର ପ୍ରଶାସନିକ କ୍ଷମତା ଏବଂ ନବୀନଙ୍କ ବୟସାଧିକ କାରଣର ଫାଇଦା ଉଠାଇଥିବା ବିରୋଧୀ ବାରମ୍ବାର ଅଭିଯୋଗ କରିଆସୁଥିଲେ । ତାପରେ ବିଜେଡିର ନେତାଙ୍କୁ ଅଣଦେଖା କରି ଶାସନ ବ୍ୟବସ୍ଥା ଠାରୁ ପ୍ରଶାସନିକ ବ୍ୟବସ୍ଥା ପର୍ଯ୍ୟନ୍ତ ନିଜ ଆଡକୁ ନେଇଯାଇଥିଲେ । ନିଜର ପ୍ରଭାବ ବିସ୍ତାର କରିବାକୁ ଲାଗିଲେ ପାଣ୍ଡିଆନ । ନବୀନଙ୍କ ଦଳ ବିଜୁ ଜନତା ଦଳ ଉପରେ ଚଲାଇଥିଲେ ନିଜର ପତିଆରା । ଆଉ ଚାକିରି ଛାଡି ବନିଯାଇଥିଲେ ରାଜନେତା । ନବୀନଙ୍କ ସହ ଥିବା ସୁସର୍ମ୍ପକର ଫାଇଦା ନେଇ ନିର୍ବାଚିତ ନ ହୋଇ ମଧ୍ୟ ନବୀନଙ୍କ ସରକାର ଥିବା ସମୟରେ ନିଜେ କ୍ଷମତାକୁ ନିଜ ପାଖରେ ବନ୍ଧି ରଖିବା ପାଇଁ ବନିଯାଇଥିଲେ କ୍ୟାବିନେଟ ମନ୍ତ୍ରୀ ପାହ୍ୟର କ୍ଷମତାଧାରୀ ଅଧିକାରୀ । ୫ଟି ଓ ନବୀନ ଓଡ଼ିଶାର ଅଧକ୍ଷ । ଯିଏ ବି ତାଙ୍କ ବିରୋଧରେ ସ୍ୱର ଉଠାଇଥିଲେ ତାଙ୍କୁ ନାଲି ଆଖି ଦେଖାଇ ଆସିଛନ୍ତି । ନବୀନ ଓ ପାଣ୍ଡିଆନଙ୍କ ଭିତରେ ନିବିଡ ସର୍ମ୍ପକ ଦେଖି ନିଜ ଦଳର ନେତା ବି ମୁହଁ ଖୋଲିବାକୁ ସାହାସ ଜୁଟାଇ ପାରିନାହାନ୍ତି । ଆଉ ଯିଏ ବି ମୁହଁ ଖୋଲିଛି ସେ ବି ତାଙ୍କୁ ଦେଇଛନ୍ତି ଶାସ୍ତି । କେହି କେହି ବି କୁହନ୍ତି ସେ କୁଆଡେ ଓଡ଼ିଶାର ସୁପର ଚିପ୍ ମିନିଷ୍ଟର ।

କାହାକୁ ଭୃକ୍ଷେପ ନ କରି ଚଳାଇଆସୁଥିଲେ ନିଜର ମନମାନି । ନବୀନଙ୍କ ମାଧ୍ୟମ ବନାଇ ନିଜେ ବିଜେଡିର ଦଳର ଧରିଥିଲେ ମଙ୍ଗ । ୨୦୨୪ ସାଧାରଣ ନିର୍ବାଚନ ମଇଦାନକୁ ଓହ୍ଲାଇ ବନିଯାଇଥିଲେ ଷ୍ଟାର । ଅନେକ ତୁଙ୍ଗ ନେତା ଥିଲେ ମଧ୍ୟ କାହାକୁ କରୁନଥିଲେ ଖୋଜାଲୋଡା । ଆଉ ଯାହାକୁ ନେଇ ଦିନେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା କମ୍ପନ । ବିରୋଧୀ ଧରିଥିଲେ ବେକ । କାହିଁକି ଓଡ଼ିଶାରେ ହେବ ଅଣଓଡିଆ ଶାସନ ? କଣ ଆମ ଓଡିଶାରେ ଓଡ଼ିଆ ନେତାଙ୍କର ଅଭାବ କି? ଯାହା ପାଇଁ ଗୋଟେ ତାମିଲକୁ ଆଣି ଆମ ଓଡିଆଙ୍କ ଉପରେ ଥୋପିବେ ନବୀନ ବାବୁ? ଏଭଳି ଶ୍ରୀମନ୍ଦିର ଭଳି ଅନେକ ପ୍ରସଙ୍ଗ ସାମ୍ନାକୁ ଆଣି କାଠଗଡାରେ ଠିଆ କରି ଜନତାଙ୍କ ଆଗରେ ନବୀନଙ୍କ ଠାରୁ ମାଗିଥିଲେ ଜବାବ । ହେଲେ ପାଣ୍ଡିଆନ ଏବେବି ନିଜର ଛବିକୁ ରାଜ୍ୟବାସୀଙ୍କ ଆଗରେ ଭଲ କରିବା ପାଇଁ ନିଜକୁ ବିଜେଡିର ଗୋଟେ ମେରୁଦଣ୍ଡ ବୋଲି ଦେଖାଇବା ସହ ମୁଁ ଓଡ଼ିଶାର ନେତା ପ୍ରମାଣିତ କରିବା ପାଇଁ ଉଦ୍ୟମ କରିବା ସହ କ୍ଷମତାର ଶୀର୍ଷରେ ରହିବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି । ରାଜନୀତିରୁ ହୁଏତ ସନ୍ୟସୀ ନେବା କଥା ସୋସିୟାଲ ମିଡିଆରେ ପ୍ରକାଶ କରିସାରିଛନ୍ତି । କାହିଁକି ନା ବିଜେଡି କ୍ଷମତାରୁ ଯାଇଛି ଦୂରେଇ । ଶାସକରୁ ବିରୋଧୀ ଆସନକୁ କରିଛନ୍ତି ଅଳଙ୍କୃତ । ଯାହାକୁ ନେଇ କୁହାଯାଏ କି ଓଡ଼ିଶାରେ ଆଜି ଯାହା ଦେଖିବାକୁ ମିଳୁଛି ଦିନେ ବି ତାମିଲନାଡୁରେ ସେମିତି ଦେଖିବାକୁ ମିଳୁଥିଲା । ପାଣ୍ଡିଆନଙ୍କ ଭଳି ସେଠି ବି ଥିଲେ ଶଶିକଳା । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ନିକଟତର ହୁଅନ୍ତି ଶଶିକଳା ।

ଆଉ ତାପରେ ନିଜେ ଜୟଲଳିତାଙ୍କ ସରକାରରେ ମୁଣ୍ଡ ପୁରାନ୍ତି । ଧିରେ ଧିରେ ପାଟିକୁ ମଧ୍ୟ ଚଲାଇବାରେ ଲାଗନ୍ତି । ଆଉ ବନିଯାଆନ୍ତି କ୍ଷମତାର କେନ୍ଦ୍ରବିନ୍ଦୁ । କିନ୍ତୁ ଜୟଲଳିତାଙ୍କ ଦେହାନ୍ତ ପରେ ଶଶିକଳାଙ୍କ ଉପରେ ପଡ଼େ ଶନିଦଶା । ଜୟାଙ୍କ ମୃତୁ୍ୟର ଅପବାଦ ବି ଲାଗେ ତାଙ୍କ ମୁଣ୍ଡରେ । ପରେ ପରେ ସରକାରରେ ହୁଏ ପରିବର୍ତ୍ତନ । ଶଶିଙ୍କ ବିରୋଧରେ ଗଠନ ହୁଏ ଯାଞ୍ଚ କମିଟି । ଶଶିଙ୍କ ବିରୋଧରେ ଆସେ କମିଟି ରିପୋର୍ଟ ଆଉ ତାଙ୍କୁ ଯିବାକୁ ପଡେ ଜେଲ । ଆଉ ଏବେ ଓଡ଼ିଶାରେ ସେଭଳି ଦୃଶ୍ୟ ଦିନେ ଦେଖିବାକୁ ମିଳିପାରେ ବୋଲି କୁହାକୁହି ହେଲେଣି । କାହିଁକି ନା ଏବେ ରାଜ୍ୟରେ ବିଜେପିର ଚାଲିଛି ସରକାର । ମୁଖ୍ୟମନ୍ତ୍ରୀ ଅଛନ୍ତି ମୋହନ ମାଝି । ପାଣ୍ଡିଆନଙ୍କ ବିରୋଧରେ ଚାଲିପାରେ ମୋହନଙ୍କ ଚାବୁକ । ଯେହେତୁ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ବେଶ ଚିନ୍ତିତ ବିଜେପି ଥିବା ନିର୍ବାଚନୀ ପ୍ରଚାର ସମୟରେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଦେଖାଇଥିଲେ କଡା ଆଭିମୁଖ୍ୟ । ପ୍ରଚାର ବେଳେ କହିଥିଲେ ଯିଏ ବି ନବୀନଙ୍କ ସ୍ୱାସ୍ଥ୍ୟ ବିଗାଡିଛନ୍ତି ତାଙ୍କୁ ଛଡା ଜୀବନି ।

କମିଟି ଗଠନ କରାଯାଇ ତାଙ୍କୁ ଦଣ୍ଡ ଦିଆଯିବ । ଏହାରି ଭିତରେ ବିଜେପିର ସରକାର ଗଠିତ ହୋଇଛି ଆଉ ମୋହନଙ୍କ ହାତରେ ରହିଛି ମଙ୍ଗ । କୁହାଯାଉଛି କି ଖୁବଶୀଘ୍ର ମୋହନ ଏଦିଗରେ ନେଇପାରନ୍ତି କଡା ନିଷ୍ପତ୍ତି । ଶଶିକଳାଙ୍କ ପରି ପାଣ୍ଡିଆନଙ୍କୁ ଦେଇପାରନ୍ତି ସଜା । ଚର୍ଚ୍ଚା କି ଶଶିକଳାଙ୍କ ଭଳି ଦଶା ପାଣ୍ଡିଆନ ଭୋଗିବେ କି ? ଚାକିରି କରିବାକୁ ଆଶି କେମିତି ଜଣେ ତାମିଲ ହେଲେ ଏତେ ଶକ୍ତିଶାଳୀ ? ତାଙ୍କ ନାମରେ ବି ରହିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । ବାଧ୍ୟ ବାଧ୍ୟକତା ନା ଜୋର ଜବରଦସ୍ତି ? ନବୀନଙ୍କ ବିଶ୍ୱାସରେ ଦେଉନାହାନ୍ତି ତ ପାଣ୍ଡିଆନ ବିଷ ? ଉକ୍ôଳର ଭାଗ୍ୟ ଆଉ କିଏ ନିର୍ଦ୍ଦାରଣ କରିଥାନ୍ତା, କ’ଣ ସହ୍ୟ କରିପାରିଥାନ୍ତେ ଉକ୍ôଳୀୟ । ଏଠି ସମ୍ରାଟ ଅଶୋକଙ୍କ ପରି ଯୋଦ୍ଧା ପରାଜୟ ବରଣ କରିଛନ୍ତି । ଆଉ ଏଠି ପାଣ୍ଡିଆନ ତ ନିମିତ ମାତ୍ର ।

Leave a Reply

Your email address will not be published. Required fields are marked *