Masthead

୧୦୫ ବର୍ଷରେ ମାଷ୍ଟର୍ସ ଡିଗ୍ରୀ ହାସଲ କଲେ ବୃଦ୍ଧା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇଚ୍ଛା ଶକ୍ତି ଆଗରେ ହାର ମାନିଲା ବୟସ  । ଆମେରିକାର ଜଣେ ୧୦୫ବର୍ଷୀୟା ବୃଦ୍ଧା ଷ୍ଟାନଫୋର୍ଡରୁ ସଫଳତାର ସହିତ ସ୍ନାତକୋତ୍ତର ବା ମାଷ୍ଟର୍ସ ଡିଗ୍ରୀ ସମାପ୍ତ କରିଛନ୍ତି । ତାଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ ।

ସୂଚନା ଅନୁସାରେ ୧୦୫ ବର୍ଷିୟ ଭର୍ଜିନିଆ ଗିନ୍ନି ହିସଲପ୍ ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ଏଜୁକେସନ୍ (ଜିଏସ୍ଏ) ରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ବୟସର ପ୍ରାରମ୍ଭରେ ପାଠ ପଢିବାର ଇଛାସକ୍ତି ଦେଖାଇ ଡିଗ୍ରୀ ହାସଲ କରିଛନ୍ତି । ସେ ୧୯୪୦ରେ ଷ୍ଟାନଫୋର୍ଡରେ ନାମ ଲେଖାଇଥିଲେ। ଡିଗ୍ରୀ ହାସଲ କରିବାର ଠିକ୍ ପୂର୍ବରୁ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଘଟିଥିଲା, ଯାହା ଫଳରେ ତାଙ୍କ ପ୍ରେମିକ ଜର୍ଜ ହିସଲପଙ୍କୁ ଯୁଦ୍ଧରେ ଯୋଗ ଦେବାକୁ ଡକରା ଆସିଲା। ତେଣୁ ଭର୍ଜିନିଆଙ୍କୁ ପାଠ ଛାଡି ତାଙ୍କୁ ବିବାହ କରିବାକୁ ପଡିଲା। ଏହିପରେ ସେ ନିଜ ପରିବାର ପ୍ରତି ଧ୍ୟାନ ଦେଇଥିଲେ । ତାଙ୍କର ଦୁଇ ସନ୍ତାନ ଥିବା ବେଳେ ଚାରିଜଣ ନାତିନାତୁଣୀ ଓ ୯ଜଣ ଅଣନାତି ଅଛନ୍ତି।

ସେ ନିଜ ପରିବାରର ସହ ଯୁଦ୍ଧ ପରେ ୱାଶିଂଟନ୍ ର ସ୍କୁଲ ଏବଂ କଲେଜ ବୋର୍ଡରେ କାର୍ୟ୍ୟ କରିଥିଲେ। ଷ୍ଟାନଫୋର୍ଡ ଥେସିସ୍‌କୁ ପାଠ୍ୟକ୍ରମରୁ ହଟାଇଦେବା ପରେ ଭର୍ଜିନିଆ ସ୍ନାତକ ଡିଗ୍ରୀ ସମାପ୍ତ କରିବାକୁ ସ୍ଥିର କରିଥିଲେ । ଏହାପରେ ଜୁନ୍ ୧୬ତାରିଖରେ ସେ ମାଷ୍ଟର ଅଫ୍ ଆର୍ଟସ୍ ଶେଷ କରିଥିଲେ । ଏଥିପାଇଁ ତାଙ୍କ ପୁରା ପରିବାର ତାଙ୍କୁ ସହଯୋଗ କରିଛି । ନାତି ନାତୁଣୀମାନେ ତାଙ୍କୁ ସମର୍ଥନ କରିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭର୍ଜିନିଆ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ