Masthead

ଜୁନ ୧ରୁ ସବୁ ଗାଡ଼ିରେ ପାନିକ୍ ବଟନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏବେ ଗାଡ଼ିରେ ଲାଗିବ ପାନିକ୍ ବଟନ । ଗାଡ଼ି ଭିତରେ ହେଉଥିବା ଅସଦଆଚାରଣ, ଅପହରଣ ଭଳି ବଢୁଥିବା ଘଟଣାକୁ ନଜରରେ ରଖି ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ପାନିକ୍ ବଟନ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଜୁନ୧ରୁ ସବୁ ଗାଡ଼ିରେ ଏହି ସୁଇଜ ରହିବ ବୋଲି ବାଣିଜ୍ୟ ଓ ପରିବହନ ସୂତ୍ରରୁ ପ୍ରକାଶ ପାଇଛି । କେବଳ ସେତିକି ନୁହେଁ ଗାଡ଼ି ଚୋରି ରୋକିବା, ଗାଡ଼ି ଟ୍ରାକ କରିବା, ଗାଡ଼ିର ଗତି ରେକର୍ଡ ସଂଗ୍ରହ କରିବା ପାଇଁ ସବୁ ଗାଡ଼ିରେ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ଏପରିକି ଯେଉଁ ଗାଡ଼ିରେ ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ ନଥିବ ସେହି ଗାଡ଼ିର ପଞ୍ଜୀକରଣ କରାଯିବ ନାହିଁ । କେବଳ ନୂଆ ଗାଡ଼ି ନୁହେଁ ପୂରୁଣା ଗାଡ଼ିରେ ବି ଏହାକୁ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଗାଡ଼ି ଗୁଡ଼ିକ ଆସନ୍ତା ମେ ୩୧ ସୁଦ୍ଧା ପଞ୍ଜୀକୃତ ହେବ ବା ଏବେ ପଞ୍ଜୀକୃତ ହୋଇଛି ସେଥିରେ ଅଗଷ୍ଟ ୩୧ ସୁଦ୍ଧା ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ ଲଗାଇବା ବାଧ୍ୟମୂଳକ କରାଯାଇଛି । ଯଦି କେହି ଏହି ଯନ୍ତ୍ରାଂଶ ଲଗାଇବେନି ତେବେ ତାଙ୍କର ଡକୁମେଣ୍ଟ ନୂଆ ହେବ ନାହିଁ କି ଫିଟନେସ ସାର୍ଟିଫିକେଟ ମିଳିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ