Masthead

ବୋରୱେଲ ଖନନ ନାଁରେ ଟଙ୍କା ହଡ଼ପ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ଚାଷୀଙ୍କ ବୋରୱେଲ ଖନନ ନାଁରେ ଟଙ୍କା ହଡପ୍ । ଥାନାର ଦ୍ୱାରସ୍ଥ ହୋଇଛନ୍ତି ୨ ଚାଷୀ । ୟୁନିୟନ ବ୍ୟାଙ୍କ କର୍ମଚାରୀ ଟଙ୍କା ହଡପ କରିଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଦିବାସୀ ଦୁଇ ଚାଷୀ । ଅର୍ଜୁନ ସାନ୍ତା ଏବଂ ଦୀପ୍ତି ସାନ୍ତା ନବରଙ୍ଗପୁର ଜିଲ୍ଲା ଆଦିବାସୀ ବହୁଳ ଝରୀଗାଁ ବ୍ଲକ ସଦର ପଞ୍ଚାୟତ ସମରଚଚରା ଗ୍ରାମର ଏହି ଦୁଇ ଚାଷୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ୟୁନିଅନ ବ୍ୟାଙ୍କର କର୍ମଚାରୀଙ୍କ ନାମରେ ।

ଏନେଇ ପାପଡାହାଣ୍ଡି ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି । ଏତଲା ପ୍ରକାରେ ଅର୍ଜୁନ ସାନ୍ତା ଏବଂ ଦୀପ୍ତି ସାନ୍ତା ଗୋତବର୍ଷ ଡିସେମ୍ବର ମାସର ୨୦ ତାରିଖ ଦିନ ନଳକୂପ ଖନନ ନିମନ୍ତେ ୨୦ ହଜାର ଲେଖାଏଁ ଦୁହେଁ ଡିପୋଜିଟ କରିଥିଲେ । କିନ୍ତୁ ତାଙ୍କ ଜମା ଖାତାରେ ୧୦୦୦୦ ଟଙ୍କା ଲେଖାଏଁ ଜମା ହୋଇଛି ଏବଂ ବଳକା ଟଙ୍କା ବ୍ୟାଙ୍କ କର୍ମଚାରୀ ହଡପ କରିଥିବା ଏତଲାରେ ଦର୍ଶାଇଛନ୍ତି । ଏଭଳି ଠକେଇର ଶିକାର ହୋଇଥିବା ନେଇ ଦୁଇ ଚାଷୀ ବାରମ୍ବାର ବ୍ୟାଙ୍କ ମେନେଜରଙ୍କ ପାଖକୁ ଯାଇ ଅଭିଯାଗ କରିଥିଲେ । କିନ୍ତୁ ସମ୍ପୃକ୍ତ ବ୍ୟାଙ୍କ ମେନେଜର ଦୁଇ ଚାଷୀଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏନେଇ ପାପଡାହାଣ୍ଡି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଆଜି ବ୍ୟାଙ୍କ ଛୁଟି ଥିବାରୁ ଆସନ୍ତାକାଲି ଚାଷୀମାନଙ୍କ ସହ ବ୍ୟାଙ୍କ ଯାଇ ଯାଞ୍ଚ କରାଯିବ । ଯଦି କୌଣସି ପ୍ରକାର ଚାଷୀ ଠକେଇର ଶିକାର ହୋଇଥାନ୍ତି ତାହେଲେ ସମ୍ପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ