Masthead

ବିଜେଡିର ମହା ମିଶ୍ରଣ ପର୍ବ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ନିର୍ବାଚନମଣ୍ଡଳିରେ ଆହୁରି ଶକ୍ତିଶାଳୀ ହୋଇଛି ବିଜେଡି। ପାରାଦ୍ଵୀପ ଗଡ ପଞ୍ଚାୟତର ପାଖାପାଖି ୭୦୦ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଇଛନ୍ତି କର୍ମୀ। ବିଜେଡି ପାରାଦୀପ ନିର୍ବାଚନମଣ୍ଡଳିର ପ୍ରଚାର କମିଟି ଅଧ୍ୟକ୍ଷ ରଘୁ ସାହୁ ଓ ଶ୍ରମିକ ନେତା ବାପି ସାର୍ଖେଲଙ୍କ ଉପସ୍ଥିତିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେମାନେ ସାମିଲ ହୋଇଛନ୍ତି। କଂଗ୍ରେସ ନେତା ସେଖ୍ ବସିର ଅଲ୍ଲୀଙ୍କ ନେତୃତ୍ବରେ ଏହି କଂଗ୍ରେସ କର୍ମୀ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ଏକ ବିଶାଳ ବାଇକ ରାଲିରେ ପାରାଦୀପ ଗଡ ପରିକ୍ରମା କରିବା ସହିତ ସେମାନେ ଦଳରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ କୁଜଙ୍ଗ ବ୍ଲକର ବିଜେଡି କର୍ଯ୍ୟକାରୀ ସଭାପତି ସୁଢଳ ସ୍ବାଇଁ, ମହିଳା ନେତ୍ରୀ ସ୍ନେହଲତା ପ୍ରଧାନ, ବିଜେଡି ଜିଲ୍ଲା ଉପସଭାପତି ମନୀନ୍ଦ୍ର ଗୁରୁ , ପାରାଦ୍ଵୀପ ଗଡ ପଞ୍ଚାୟତ ର ସମିତି ସଭ୍ୟା ଅରବିନ୍ଦା ତରାଇ, ପୂର୍ବତନ ସରପଞ୍ଚ ମିହିର ରଞ୍ଜନ ସାହୁ ପ୍ରମୁଖ ଏହି ମିଶ୍ରଣ ସଭାରେ ସାମିଲ ହେବା ସହିତ ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ