Masthead

ପାରାଦୀପ ହେବ ବିଶ୍ୱସ୍ତରୀୟ ବନ୍ଦର

ପାରାଦୀପ(ବଡ଼ ଖବର ବ୍ୟୁରୋ): ପାରାଦୀପ ବନ୍ଦର ହେବ ଆଧୁନିକରଣ । ଏହାକୁ ବିଶ୍ୱସ୍ତରୀୟ କରାଯିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଚଲାଇଛନ୍ତି । ପାରାଦୀପକୁ ଆସିବା ପାଇଁ ଯାଉଛି କେପ୍‌ ସାଇଜ୍‌ ଭେସେଲ୍‌ ଜାହାଜ । ଏ ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍‌ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏହି ସୂଚନା ଦେଇଛନ୍ତି । ପିପିପି ମୋଡରେ ବନ୍ଦରର ବିକାଶ କରାଯିବ । ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩ହଜାର ୪କୋଟି ୬୩ଲକ୍ଷ ଟଙ୍କା । ପାରାଦୀପରେ ୱେଷ୍ଟର୍ଣ୍ଣ ଡକ୍‌ ମଧ୍ୟ ନିର୍ମାଣ କରାଯିବ । କୋଇଲା, ଆଇରନ୍‌ ଓର ଓ କଞ୍ଚାମାଲ ପରିବହନରେ ମୁଖ୍ୟତଃ କେପ୍‌ ସାଇଜ୍‌ ଜାହାଜଗୁଡ଼ିକୁ ବ୍ୟବହାର କରାଯାଏ । ଏଗୁଡ଼ିକର ଲମ୍ବ ପାଖାପାଖି ୧୮ରୁ ୨୦ ମିଟର । ସୁଏଜ୍‌ କେନାଲରେ କେପ୍‌ ସାଇଜ୍‌ ଜାହାଜ ଚଳାଚଳ କରିଥାଏ ।

ଦୁଇଟି ପର୍ଯ୍ୟାୟରେ ୫ବର୍ଷରେ ସରିବ ସମୁଦାୟ ନିର୍ମାଣ କାର୍ଯ୍ୟ । ଏଥିରେ ପ୍ରତ୍ୟେକ୍ଷ ଭାବେ ୧ ହଜାର ଲୋକ ନିଯୁକ୍ତି ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଅର୍ଥନୈତିକ ବ୍ୟାପାର କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ମୋଟ ବ୍ୟୟ ଅଟକଳରୁ ପାରଦୀପ ବନ୍ଦର ଖର୍ଚ୍ଚ କରିବ ୬୧୨. ୫୦ କୋଟି ଟଙ୍କା । ଭିତ୍ତିଭୂମି ନିର୍ମାଣ ବାବଦରେ ପାରଦୀପ ବନ୍ଦର ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି