Masthead

‘ବିଜେପିରେ ମିଶିବା ଗୁଜବ’

ଟୁଇଟର ଆକାଉଣ୍ଟରୁ ହଟାଇଲେ ଦଳୀୟ ଚିହ୍ନକୁ

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ । ଭାଙ୍ଗିପାରେ ଏନସିପି, ବିଜେପିରେ ଯୋଗ ଦେଇପାରନ୍ତି ଅଜିତ ପାୱାର । ଅଜିତ ପାୱାର ଏକା ନୁହେଁ ସେ ତାଙ୍କ ସହିତ ୪୦ ବିଧାୟକଙ୍କୁ ସାଙ୍ଗରେ ନେଇ ବିଜେପି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୫୩ ଏନସିି ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକଙ୍କୁ ଧରି ସିନେ୍ଦ ସରକାରଙ୍କୁ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦଙ୍କ ଶିବସେନାର କିଛି ବିଧାୟକଙ୍କୁ ସୁପ୍ରିମକୋର୍ଟ ଦଳବଦଳ ନିୟମ ଅନୁସାରେ ଅଯୋଗ୍ୟ ଘୋଷଣା କରିପାରନ୍ତି । ଏପରି ସ୍ଥିତିରେ ବିଜେପି ଓ ସିନ୍ଦେ ମିଳିତ ଭାବେ ଗଠନ କରିଥିବା ସରକାର ଭୁଶୁଡ଼ି ପଡ଼ିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।

ସେପଟେ ଅଜିତ ପାୱାର ତାଙ୍କ ଟୁଇଟର ଆକାଉଣ୍ଟରୁ ଦଳୀୟ ଚିହ୍ନକୁ ହଟାଇ ଦେଇଛନ୍ତି। ଯାହା ପରେ ତାଙ୍କର ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି । ଅଜିତ ପାୱାର ପୁଣେରେ ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ଏମ୍ପି ସୁପ୍ରିୟା ସୁଲେଙ୍କ ଏକ ରାଲିରେ ମଧ୍ୟ ଯୋଗ ଦେଇ ନ ଥିଲେ। ଏହି ସମସ୍ତ ଆଲୋଚନା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଏକ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଏହାରି ଭିତରେ ଚର୍ଚ୍ଚା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅଜିତ ପାୱାର ।

ଅଜିତ ପାୱାର କହିଛନ୍ତି ମୁଁ ଏନସିପି ସହିତ ଅଛି ଏବଂ ଏନସିପି ସହିତ ରହିବି। ଏନସିପି ଛାଡିବାର ଗୁଜବକୁ ମିଥ୍ୟା ଖବର ବୋଲି କହିଛନ୍ତି। ମୋ ବିଷୟରେ ପ୍ରସାରିତ ଗୁଜବରେ କୌଣସି ସତ୍ୟତା ନାହିଁ। ଏହାପୂର୍ବରୁ ଶରଦ ପାୱାର ମଧ୍ୟ ଏଭଳି କଳ୍ପନାଜଳ୍ପନାକୁ ଖଣ୍ଡନ କରିଦେଇଥିଲେ। ସେ କହିଥିଲେ ଏନସିପି ବିଧାୟକଙ୍କବୈଠକ କେହି ଡାକିନାହାଁନ୍ତି। ଗଣମାଧ୍ୟମର ରିପୋର୍ଟ ମିଛ। ଏହି ସବୁ ଆଲୋଚନାର କୌଣସି ଗୁରୁତ୍ୱ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ମାସେ ହେଲା ପୋଖରୀରେ ୧୬ ବର୍ଷୀୟ କିଶୋର 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କଲମ୍ବିଆ ଭୂମିକମ୍ପ, ମୃତ୍ୟୁସଂଖ୍ୟା ୧୩୨ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ