ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିର, ଅର୍ଥାତ ସଂସଦର ନୂଆ ଭବନ ଏବେ ପୂରା ପ୍ରସ୍ତୁତ । ମେ’ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ ହେବ । ଏବେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଟାର୍ଗେଟ ।
नए संसद भवन का उद्घाटन राष्ट्रपति जी को ही करना चाहिए, प्रधानमंत्री को नहीं!
— Rahul Gandhi (@RahulGandhi) May 21, 2023
ସେ କହିଛନ୍ତି ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ମହାମହିମ ରାଷ୍ଟ୍ରପତି କରିବା ଉଚିତ । ପ୍ରଧାନମନ୍ତ୍ରୀ ନୁହେଁ । ସେପଟେ ନବନିର୍ମିତ ସଂସଦ ଭବନରେ ଲୋକସଭାରେ ୮୮୮ ଓ ରାଜ୍ୟସଭାରେ ୩୮୪ ସଦସ୍ୟ ରହିବେ । ଉଭୟ ଗୃହର ମିଳିତ ଅଧିବେଶନ ଲୋକସଭା ଚେମ୍ବରରେ ଅନୁଷ୍ଠିତ ହେବ ।