Masthead

ବଳ ଗୋଟାଉଛି ବିଆରଏସ୍, ମିଶିପାରନ୍ତି ଆଉ ଜଣେ ଭେଟେରାନ୍ ନେତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଶଙ୍ଖ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି କି? ୨୦୧୯ ନିର୍ବାଚନରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ଟିକେଟ ଦେଇନଥିଲା । ଡ. ପାଟ୍ଟଶାଣୀ ଆଶା କରିଥିଲେ ଦଳ ନିଶ୍ଚୟ ରାଜ୍ୟସଭାକୁ ପଠାଇବ । ମାତ୍ର ତାହା ହେଲା ନାହିଁ । ତଥାପି ପାଟ୍ଟଶାଣୀଙ୍କ ବିଜେଡି ମୋହ ତୁଟି ନଥିଲା । ଏହାରି ଭିତରେ ରାଜ୍ୟରେ ପାଦ ଥାପିଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ୍ । କୃଷକଙ୍କ ଅଧିକାର ଲଢ଼େଇ ଲଢ଼ିବ ବୋଲି ବିଆରଏସ୍ ଘୋଷଣା କରିଛି ।

ଯାହା ଜନତାଙ୍କ ସହ ଅନେକ ନେତାଙ୍କୁ ବିଆରଏସ ମୁହାଁ କରାଇବା ସମ୍ଭାବନା କରାଇଛି । ଏବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ଚର୍ଚ୍ଚାରେ ରହିଛି । ନିକଟରେ ତାଙ୍କର ବନ୍ଧୁ ଗିରିଧର ଗମାଙ୍ଗ ଓ ଜୟରାମ ପାଙ୍ଗୀ ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଛନ୍ତି । ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଆରଏସରେ ଯୋଗ ଦେଇଛନ୍ତି । ଏହା ସହ ଓଡ଼ିଶାର ବଡ ଚାଷୀ ନେତା ଅକ୍ଷୟ କୁମାରଙ୍କ ନେତୃତ୍ୱରେ ନବ ନିର୍ମାଣ କୃଷକ ସଙ୍ଗଠନ କେସିଆରଙ୍କ ହାତ ଧରିଛି । ଦଳ ଓଡ଼ିଶାରେ ବଳ ଗୋଟାଉଛି । ଶୁଣିବାକୁ ମିଳୁଛି ୨୦୨୪ ନିର୍ବାଚନରେ ବିଆରଏସ ଓଡ଼ିଶାରେ ସବୁ ଆସନରେ ପ୍ରାର୍ଥୀ ଦେବ । ଏମାନେ ଉଦ୍ୟମ କରୁଛନ୍ତି ଅଧିକରୁ ଅଧିକ ନେତା ଓ କର୍ମୀଙ୍କୁ ଏକଜୁଟ କରି ବିଆରଏସର ଶକ୍ତି ବୃଦ୍ଧି କରିବେ ।

ବିଆରଏସ ନେତା ଅକ୍ଷୟ କୁମାର, ଜୟରାମ ପାଙ୍ଗୀ ଓ ତାଙ୍କର କିଛି ଛାମୁଆ ଅନୁଗତ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଭେଟିଛନ୍ତି । କେଉଁଠି ଭେଟିଛନ୍ତି ଓ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାନାହିଁ । ମାତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଫଟୋ ବୟାନ କରୁଛି ଯେ ଆଗକୁ ଡକ୍ଟର ପାଟ୍ଟଶାଣୀ ବିଆରଏସ୍ ପାଇଁ ଚିନ୍ତା କରିପାରନ୍ତି । ଯଦି ଅନୁମାନ ଠିକ୍ ତେବେ ସେ ଭୁବନେଶ୍ୱର ଲୋକସଭା ଆସନକୁ ବାଛିପାରନ୍ତି । ଡ.ପାଟ୍ଟଶାଣୀ ବିଆରଏସରେ ସାମିଲ ହେଲେ ତାଙ୍କ ଅନୁଗତ ମାନେ ମଧ୍ୟ ଶଙ୍ଖ ଛାଡ଼ି ଭାରତୀୟ ରାଷ୍ଟ୍ର ସମିତିର ବ୍ୟାନର ଧରିବେ । ଆଉ ୨୦୨୪ ନିର୍ବାଚନରେ ହେବ ଜୋରଦାର ଲଢେଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼