ଆସାମୀ ଷ୍ଟାଇଲରେ ପ୍ରିୟଙ୍କା

ବଡ଼ ଖବର ବ୍ୟୁରୋ: ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଗାନ୍ଧୀଙ୍କ ନଜର ଏବେ ଆସମରେ । ଆସାମକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଭିଡିଛନ୍ତି ଏବେ ଅଣ୍ଟା। ସୋମବାର ଆସାମରେ ମହିଳାମାନଙ୍କ ସହ ମିଶି ନାଚୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଆଜି ଚା ବଗିଚାରେ ଶ୍ରମିକମାନଙ୍କ ସହ ମିଶି ଚା ପତ୍ର ତୋଳୁଥିବାର ଭିଡିଓ ଆସିଛି ସାମ୍ନାକୁ । ଯାହା ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ପ୍ରିୟଙ୍କା ଚା’ ବଗିଚାରେ ଶ୍ରମିକମାନଙ୍କୁ ଦେଖାସାକ୍ଷାତ କରିଛନ୍ତି। ଶ୍ରମିକମାନଙ୍କ ପରି ସେ ମଧ୍ୟ ଚା ବଗିଚାରେ ମୁଣ୍ଡରେ ଟୋକେଇ ଧରି ପୁରା ଆସାମୀ ଷ୍ଟାଇଲରେନଜର ଆସିଛନ୍ତି । ଏନେଇ ପ୍ରିୟଙ୍କା ଗାନ୍ଧୀ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି, ଆସାମରେ ବହୁରଙ୍ଗୀ ସଂସ୍କୃତି ଦେଖିବାକୁ ମିଳିଥାଏ ।

‘ଯାହାକି ସାରା ଦେଶରେ ଆସାମକୁ ପରିଚିତ କରାଇଥାଏ ବୋଲି ସେ କହିଛନ୍ତି’ । ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆସାମବାସୀ ପ୍ରତିଶୃତିବଦ୍ଧ । ତେଣୁ ସେମାନଙ୍କୁ ସେମାନଙ୍କ ସଂସ୍କୃତି ସହ ବଞ୍ଚିବାକୁ ଯାହା ସାହାଯ୍ୟ ଦରକାର ତାହା କଂଗ୍ରେସ ହିଁ କେବଳ ଦେଇପାରିବ ବୋଲି ସେ କହିଛନ୍ତି । କଂଗ୍ରେସ ଭାବମୂର୍ତ୍ତିକୁ ପୁଣିଥରେ ସୁଦୃଢ଼ କରିବା ପାଇଁ ପ୍ରିୟଙ୍କା ଏଭଳି ପ୍ରୟାସ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’