Masthead

ଗୁଡ଼ାରୀ ବିଡ଼ିଓଙ୍କୁ ନେଇ ବିଜେଡି ଦୁଇ ଫାଳ

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ଗୁଡ଼ାରୀ ବିଡ଼ିଓଙ୍କୁ ନେଇ ବିଜେଡି ଦୁଇ ଫାଳ । ବିଡ଼ିଓଙ୍କ ଅଣଦେଖା ନେଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଶାନ୍ତି ପୂର୍ବକ ଗଣଧାରଣା । ରାୟଗଡା ଜିଲ୍ଲା ଗୁଡ଼ାରୀ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଶା ଦାସଙ୍କ ବଦଳି ନିମନ୍ତେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଶାନ୍ତି ପୂର୍ବକ ଗଣଧାରଣା ଦେଇଛନ୍ତି ନିର୍ବାଚିତ ଜନ ପ୍ରତିନିଧି ।

ସେମାନଙ୍କୁ ସବୁବେଳେ ଉପେକ୍ଷା କରୁଥିବା ନେଇ ସ୍ଥାନୀୟ ବିଡିଓଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ଗୁଡ଼ାରୀ ପଞ୍ଚାୟତ ସମିତିର ନିର୍ବାଚିତ ପ୍ରତିନିଧି ଗଣ । ଗୁଡାରୀ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଓ ଗୁଡାରୀ ଜିଲା ପରିଷଦ ସଭାପତିଙ୍କ ନେତୃତ୍ଵରେ ଧାରଣାରେ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ଏହି ସାମୂହିକ ଗଣଧରଣା ଏବଂ ଶାନ୍ତି ପୂର୍ବକ ପ୍ରତିବାଦ ସଭା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୋଷ୍ଠୀ ଉନ୍ନୟନ ଅଧିକାରଙ୍କ ବଦଳି ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନିର୍ବାଚିତ ପ୍ରତିନିଧିମାନେ କହିଛନ୍ତି ।

ଏହାର ସମାଧାନ ନିମନ୍ତେ ରାୟଗଡା ଏପିଡି ନରେନ୍ଦ୍ର ନାୟକ ଧାରଣାରେ ବସିଥିବା ପଂଚାୟତରାଜ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଏବଂ କହିଥିଲେ ତଦନ୍ତ ରିପୋର୍ଟକୁ ଉପରିସ୍ଥ ଅଧିକାରୀମାନଙ୍କୁ ପ୍ରଦାନ କରିବେ । ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ । ପରବର୍ତ୍ତୀ ସମୟରେ ଏହି ଘଟଣା ସଂପର୍କରେ ଆମେ ଗୁଡ଼ାରୀ ବିଡ଼ିଓ ସୁଶ୍ରୀ ଅନିଶା ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ଏହାର ସମାଧାନ ପାଇଁ ରାସ୍ତା ଖୋଜିବି ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 କରୋନାର ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ଅନୁରୋଧ 🔴 ପ୍ରଧାନମନ୍ତ୍ରୀଙ୍କୁ ଜି-୭ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ 🔴 ରାଜ୍ୟରେ ପୁଣି ୭ ନୂଆ କରୋନା ପଜିଟିଭ୍ 🔴 କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା 🔴 ‘ଇନସାନିୟତ’ ଓ ‘କାଶ୍ମୀରିୟତ’ ଉପରେ ଆକ୍ରମଣ 🔴 ହ୍ରାସ ପାଇଲା ରେପୋ ରେଟ୍ 🔴 ନିଟ୍ ପିଜି ପରୀକ୍ଷାକୁ ନେଇ ବଡ ଖବର 🔴 ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ