Masthead

ଗୁଡ଼ାରୀ ବିଡ଼ିଓଙ୍କୁ ନେଇ ବିଜେଡି ଦୁଇ ଫାଳ

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ଗୁଡ଼ାରୀ ବିଡ଼ିଓଙ୍କୁ ନେଇ ବିଜେଡି ଦୁଇ ଫାଳ । ବିଡ଼ିଓଙ୍କ ଅଣଦେଖା ନେଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଶାନ୍ତି ପୂର୍ବକ ଗଣଧାରଣା । ରାୟଗଡା ଜିଲ୍ଲା ଗୁଡ଼ାରୀ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଶା ଦାସଙ୍କ ବଦଳି ନିମନ୍ତେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଶାନ୍ତି ପୂର୍ବକ ଗଣଧାରଣା ଦେଇଛନ୍ତି ନିର୍ବାଚିତ ଜନ ପ୍ରତିନିଧି ।

ସେମାନଙ୍କୁ ସବୁବେଳେ ଉପେକ୍ଷା କରୁଥିବା ନେଇ ସ୍ଥାନୀୟ ବିଡିଓଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଛନ୍ତି ଗୁଡ଼ାରୀ ପଞ୍ଚାୟତ ସମିତିର ନିର୍ବାଚିତ ପ୍ରତିନିଧି ଗଣ । ଗୁଡାରୀ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ଶବର ଓ ଗୁଡାରୀ ଜିଲା ପରିଷଦ ସଭାପତିଙ୍କ ନେତୃତ୍ଵରେ ଧାରଣାରେ ସରପଞ୍ଚ ଓ ସମିତି ସଭ୍ୟମାନେ ଯୋଗ ଦେଇଥିଲେ । ଏହି ସାମୂହିକ ଗଣଧରଣା ଏବଂ ଶାନ୍ତି ପୂର୍ବକ ପ୍ରତିବାଦ ସଭା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୋଷ୍ଠୀ ଉନ୍ନୟନ ଅଧିକାରଙ୍କ ବଦଳି ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନିର୍ବାଚିତ ପ୍ରତିନିଧିମାନେ କହିଛନ୍ତି ।

ଏହାର ସମାଧାନ ନିମନ୍ତେ ରାୟଗଡା ଏପିଡି ନରେନ୍ଦ୍ର ନାୟକ ଧାରଣାରେ ବସିଥିବା ପଂଚାୟତରାଜ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଏବଂ କହିଥିଲେ ତଦନ୍ତ ରିପୋର୍ଟକୁ ଉପରିସ୍ଥ ଅଧିକାରୀମାନଙ୍କୁ ପ୍ରଦାନ କରିବେ । ଯଥା ଶୀଘ୍ର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ । ପରବର୍ତ୍ତୀ ସମୟରେ ଏହି ଘଟଣା ସଂପର୍କରେ ଆମେ ଗୁଡ଼ାରୀ ବିଡ଼ିଓ ସୁଶ୍ରୀ ଅନିଶା ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ଏହାର ସମାଧାନ ପାଇଁ ରାସ୍ତା ଖୋଜିବି ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି