Masthead

ଅଧର୍ମୀ ଭୋଗୁଛନ୍ତି କର୍ମଫଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କ୍ଷମତା ବଳରେ ଧରାକୁ ସରା ମନେ କରୁଥିଲେ । କେତେ ଅନ୍ୟାୟ କରିଛନ୍ତି । ମହାପ୍ରଭୁଙ୍କ ପାଇଁ ସ୍ୱର ଉଠାଇବାରୁ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ ତଥା ‘ବଡ଼ ଖବର’ ଟିଭି ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ମିଛ ମାମଲା ଲଗାଇ ଗିରଫ କରିଥିଲେ । ଟିଭି ଚ୍ୟାନେଲ୍କୁ ବନ୍ଦ କରିଦେଇଥିଲେ । ଏଭଳି ଓଡ଼ିଶା ଇତିହାସରେ କେବେ ହୋଇନଥିଲା । କେବଳ ଅର୍ଦ୍ଧେନ୍ଦୁ ନୁହେଁ ଦୁର୍ନୀତି ବିରୋଧରେ ଲଢ଼ୁଥିବା ପ୍ରଦୀପ ପ୍ରଧାନ, ପ୍ରକାଶ, ରାଜେଶ ପଟ୍ଟନାୟକଙ୍କ ଭଳି ଅନେକ ଲୋକଙ୍କୁ ଅନ୍ୟାୟପୂର୍ଣ୍ଣ ଭାବେ ଗିରଫ କରିଥିଲେ । ଯିଏବି ତାଙ୍କ ଭୁଲ୍କୁ ଧରୁଥିଲା ତା’ ମୁହଁ ବନ୍ଦ କରିଦେଉଥିଲେ । କେତେ ଅଧର୍ମ କରିଛନ୍ତି । ଏବେ ସେସବୁ ବିଚାର କରିଛନ୍ତି ମହାପ୍ରଭୁ । ଚକା ଆଖି ସବୁ ଦେଖୁଥିଲା । ଅନ୍ୟାୟର ବି ସୀମା ଥାଏ । ସବୁ ସୀମା ଟପି ଯାଇଥିଲେ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଡିଏସ୍ କୁଟ୍ଟେ ଓ ମୁଖ୍ୟ ଖଳନାୟକ ମାନସ ମଙ୍ଗରାଜ ।

ସେମାନଙ୍କ କର୍ମଫଳ ଭୋଗିବା ଆରମ୍ଭ ହୋଇଛି । ମହାପ୍ରଭୁ ସବୁ ହିସାବ କରୁଛନ୍ତି । ସତ୍ପଥରେ ଥିବା ଲୋକଙ୍କ ଆଖିରୁ ସେମାନେ ଯେଉଁ ଲୁହ ଗଡ଼ାଇଛନ୍ତି ଏହି ଜନ୍ମରେ ଭୋଗିକି ଯିବେ । ୨୦୨୨ ମସିହାରେ ତାହା ବି ଥିଲା ଜୁନ୍ ମାସ । ରଥଯାତ୍ରା ଆସିବାକୁ ଥାଏ । ପରିକ୍ରମା ପ୍ରକଳ୍ପ ନାଁରେ ଯେଉଁ ଦୁର୍ନୀତି ହୋଇଥିଲା ତା’ର ଖୁଲାସା କରୁଥାଏ ‘ବଡ଼ ଖବର’ । ଅର୍ଦ୍ଧେନ୍ଦୁଙ୍କ ମୁହଁ ବନ୍ଦ କରିବାକୁ ତାଙ୍କ ଭଳି ଜଣେ ସଚ୍ଚୋଟ ସାମ୍ବାଦିକଙ୍କୁ ଅର୍ଥ ଦେଇ ନକିଣି ପାରିବାରୁ ଇଓଡବ୍ଲୁ୍ୟ ଲଗାଇ ଗିରଫ କରିନେଇଥିଲେ । ସେମାନେ ଭୁଲିଗଲେ ଏ ସମୟର ଚକ ଘୂରୁଛି । କର୍ମଫଳର ହିସାବ ହୁଏ । ଅଧର୍ମର ଘଡ଼ା ପୂରିଗଲେ କେଡ଼େ କେଡ଼େ ମହାରଥୀ ଗଡ଼ି ପଡ଼ିଛନ୍ତି । ସେଠି ଏ ପାଣ୍ଡିଆନ୍, କୁଟ୍ଟେ, ମଙ୍ଗରାଜଙ୍କୁ ପଚାରେ କିଏ? ଏ ଜାତିର ଠାକୁର ସବୁ ସହେ । ହେଲେ ଅନୀତି, ଅହଙ୍କାର ନୁହେଁ । ସବୁ କାଳିଆ ଠାକୁରଙ୍କ ଇଚ୍ଛା । ସେ ସବୁ ବିଚାର କରିଛନ୍ତି । ଆଗକୁ ଆହୁରି କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି