Masthead

ଓଲଟିଲା ପିକଅପ୍ ଭ୍ୟାନ୍, ୧୪ ମୃତ

ଭୋପାଳ(ବଡ଼ ଖବର ବ୍ୟୁରୋ): ଘାଟିକୁ ଖସିଲା ପିକଅପ୍ ଭ୍ୟାନ୍‌ । ୧୪ ମୃତ, ୨୦ ଆହତ । ମଧ୍ୟପ୍ରଦେଶ ଡିନ୍ଦୋରୀ ବାଦଝାର ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ପିକଅପ୍ ଭ୍ୟାନ୍ । ୨୦ ଆହତଙ୍କୁ ସ୍ଥାନୀୟ ଶାହାପୁରା ମେଡିକାଲରେ ଭର୍ତ୍ତି । ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍‌ ଘାଟିରେ ଓଲଟିଗଲା ଏକ ପିକ୍‌ଅପ୍‌ ଭ୍ୟାନ୍‌।

ଏପରି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ମଧ୍ୟପ୍ରଦେଶରର ଶାହପୁରା ଥାନା ଅଧୀନ ଦିନ୍ଦୋରୀରେ ଗତ ରାତିରେ ଘଟିଛି। ଦୁର୍ଘଟଣାରେ ମୃତକ ତଥା ଗୁରୁତରଙ୍କ ପରିଚୟ ମିଳି ପାରିନି। ସେମାନେ ସମସ୍ତେ ପିକ୍‌ଅପ୍‌ ଭ୍ୟାନ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ଗାଡ଼ିଟି ଦ୍ରୁତ ଗତିରେ ଥିବା ବେଳେ ଡ୍ରାଇଭର ତାହା ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ବଡ଼ଝର ଘାଟିରେ ଓଲଟି ପଡ଼ିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ