Masthead

ନ୍ୟାୟ ଖୋଜୁଛନ୍ତି ଦିବ୍ୟାଙ୍ଗ ସୁଶାନ୍ତ

ପିପିଲି (ବଡ଼ ଖବର ବ୍ୟୁରୋ): ସରକାର ‘ମୋ କୁଡ଼ିଆ’ଠୁ ଆରମ୍ଭକରି ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଗରିବଙ୍କ ପାଇଁ ଏହି ଯୋଜନା ପାଲଟିଛି ପ୍ରହସନ । ପୁରୀ ଜିଲ୍ଲା ପିପିଲି ଏନଏସି ୧୧ ନଂ ୱାର୍ଡର ଦିବ୍ୟାଙ୍ଗ ସୁଶାନ୍ତ ବେହେରା । ସ୍ତ୍ରୀ ଓ ୨ ପିଲାକୁ ଧରି ରହୁଛନ୍ତି ଏକ ଭଙ୍ଗା ଦଦରା ଚାଳଘରେ । ମହାବାତ୍ୟା ଫନୀରେ ତାଙ୍କର ଘର ଭାଙ୍ଗି ଯାଇଥିଲା । ସରକାର ସହାୟତା ରାଶି ଘୋଷଣା କରିଥିଲେ କିନ୍ତୁ ସୁଶାନ୍ତ ଏଥିରୁ ବଞ୍ଚିତ ରହିଛନ୍ତି । ପ୍ରଶାସନଠୁ ଆରମ୍ଭ କରି ଜନପ୍ରତିନିଧିମାନଙ୍କୁ ଦୁଃଖ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ସେ କହିଛନ୍ତି । ଘର ଭାଙ୍ଗିବାର ୧୬ ମାସ ପରେ ମଧ୍ୟ କିଛି ଆର୍ଥିକ ସହାୟତା ପାଇ ପାରୁନାହାନ୍ତି ସୁଶାନ୍ତ। ତେବେ ନିଃସହାୟ ସୁଶାନ୍ତଙ୍କୁ କେବେ ନ୍ୟାୟ ମିଳିବ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’