Masthead

ପୀତବାସ ପଣ୍ଡା ହତ୍ୟା ମାମଲା, ବିଜେଡି ନେତାଙ୍କୁ ଉଠାଇ ନେଲା ପୋଲିସ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ବିଜେପି ନେତା ତଥା ଆଇନଜୀବୀ ପୀତବାସ  ପଣ୍ଡା ହତ୍ୟାକାଣ୍ଡ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା । ହତ୍ୟା ମାମଲାରେ ପୁଲିସ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ପଚରା ଉଚୁରା କରିଛି । ତାଙ୍କୁ ଭୁବନେଶ୍ୱରରୁ ଏକ ଟ୍ରାନଜାକ୍ସନ ପ୍ରସଙ୍ଗରେ ପଚରାପଚରି ପାଇଁ ପୁଲିସ ଡକାଇଥିଲା  ଗତକାଲି ରାତିରେ ତାଙ୍କୁ ପୁଲିସର ଏକ ସ୍ୱତନ୍ତ୍ର ଟିମ ଆସି ଡାକି ନେଇଥିବା ସୂଚନା ମିଳିଛି । ବିଳମ୍ବିତ ରାତି ଯାଏଁ ତାଙ୍କୁ ଜେରା କରାଯାଇଛି ।

 ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି । ହେଲେ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିନି ପୁଲିସ । ଏହାରି ଭିତରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ପୁଲିସର ପଚରାଉଚୁରା ଚର୍ଚ୍ଚାର ବିଷୟ ହୋଇଛି ।  ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର୍ ଏବଂ ଜଣେ ଛାତ୍ରନେତାଙ୍କ ସମେତ ମୋଟ ୮ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା ଜାରି ରଖିଥିଲା। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ସାର୍ପସୁଟର୍ ଓ ଆଉ ଜଣେ ଛାତ୍ରନେତାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି। ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତ ଜୋରଦାର ଚାଲିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି