Masthead

ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) : ଆଧୁନିକ କାରିଗରୀ କୌଶଳ ଜ୍ୱଳନ୍ତ ନିଦର୍ଶନ । ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ । ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ତିଆରି ହୋଇଛି ଏହି ଅତ୍ୟାଧୁନିକ ବ୍ରିଜ। ପ୍ରକୃତିରୁ ସୃଷ୍ଟି ହେଉଥିବା ଭୟଙ୍କର ପ୍ରଳୟକୁ ମଧ୍ୟ ସେତୁଟି ସହ୍ୟ କରିପାରିବ । ଯେକୋଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ । ଗବେଷକଙ୍କ କହିବା କଥା ୨୬୬ କିଲୋମିଟର ପବନର ବେଗକୁ ସହ୍ୟ କରିବାର ସାମର୍ଥ୍ୟ ରହିଛଇ ଚେନାବସେତୁ । ସେତୁଟିର ଦୈର୍ଘ୍ୟ ୧୩୧୫ମିଟର ଏବଂ ଉଚ୍ଚତା ପ୍ରାୟ ୩୫୯ମିଟର ରହିଛି । ପ୍ରାୟ ୧୫ ଶହ କୋଟି ବ୍ୟୟରେ ନିର୍ମିତ ସେତୁଟି ହୋଇଛି । ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କରେ ଚାଲିବ । ଏହି ବ୍ରିଜ ଫଳରେ ସେଠିକାର ଅଧିବାସୀ ବହୁତ ଉପକୃତ ହୋଇପାରିବେ । ୨୦୦୨ରେ ଏହା ଜାତୀୟ ପ୍ରକଳ୍ପର ମାନ୍ୟତା ହାସଲ କରିଥିଲା । ଏହି ବ୍ରିଜରେ ଯେଉଁଥିରେ ୩୬ଟି ସୁଡଙ୍ଗ ଏବଂ ୯୪୩ଟି ସେତୁ ରହିଛି । ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉପରାଜ୍ୟାପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଉପସ୍ଥିତ ଥିଲେ । ବ୍ରିଜଟି ଦେଖିବାକୁ ଅତ୍ୟନ୍ତ ସୁନ୍ଦର । ଫଳରେ ଆଗକୁ ଜମ୍ମୁ କାଶ୍ମୀରଙ୍କୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ