Masthead

ବିଶ୍ୱର ସର୍ବୋଚ୍ଚ ଚେନାବ ସେତୁର ଲୋକାର୍ପଣ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) : ଆଧୁନିକ କାରିଗରୀ କୌଶଳ ଜ୍ୱଳନ୍ତ ନିଦର୍ଶନ । ଉଦଘାଟିତ ହେଲା ବିଶ୍ୱର ସର୍ବୋଚ୍ଚ ସେତୁ । ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାରେ ତିଆରି ହୋଇଛି ଏହି ଅତ୍ୟାଧୁନିକ ବ୍ରିଜ। ପ୍ରକୃତିରୁ ସୃଷ୍ଟି ହେଉଥିବା ଭୟଙ୍କର ପ୍ରଳୟକୁ ମଧ୍ୟ ସେତୁଟି ସହ୍ୟ କରିପାରିବ । ଯେକୋଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ । ଗବେଷକଙ୍କ କହିବା କଥା ୨୬୬ କିଲୋମିଟର ପବନର ବେଗକୁ ସହ୍ୟ କରିବାର ସାମର୍ଥ୍ୟ ରହିଛଇ ଚେନାବସେତୁ । ସେତୁଟିର ଦୈର୍ଘ୍ୟ ୧୩୧୫ମିଟର ଏବଂ ଉଚ୍ଚତା ପ୍ରାୟ ୩୫୯ମିଟର ରହିଛି । ପ୍ରାୟ ୧୫ ଶହ କୋଟି ବ୍ୟୟରେ ନିର୍ମିତ ସେତୁଟି ହୋଇଛି । ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କରେ ଚାଲିବ । ଏହି ବ୍ରିଜ ଫଳରେ ସେଠିକାର ଅଧିବାସୀ ବହୁତ ଉପକୃତ ହୋଇପାରିବେ । ୨୦୦୨ରେ ଏହା ଜାତୀୟ ପ୍ରକଳ୍ପର ମାନ୍ୟତା ହାସଲ କରିଥିଲା । ଏହି ବ୍ରିଜରେ ଯେଉଁଥିରେ ୩୬ଟି ସୁଡଙ୍ଗ ଏବଂ ୯୪୩ଟି ସେତୁ ରହିଛି । ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉପରାଜ୍ୟାପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଉପସ୍ଥିତ ଥିଲେ । ବ୍ରିଜଟି ଦେଖିବାକୁ ଅତ୍ୟନ୍ତ ସୁନ୍ଦର । ଫଳରେ ଆଗକୁ ଜମ୍ମୁ କାଶ୍ମୀରଙ୍କୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି