Masthead

ସାରା ଦେଶର ଶୁଭେଚ୍ଛା, ଶୁଭକାମନା ମହାକାଶଚାରୀ ସହ ରହିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୪ ମହାକାଶଚାରୀଙ୍କ ନାଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୪ ଜଣଙ୍କ ନାଁ ଘୋଷଣା କଲା ଇସ୍ରୋ । ଭାରତୀୟ ବାୟୁସେନାର ୪ ପାଇଲଟ୍‌ ଯିବେ ମହାକାଶ । ୪ ମହକାଶଚାରୀଙ୍କ ନାଁ ହେଲା ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକୃଷ୍ଣ  ନାୟର, ଗ୍ରୁପ କ୍ୟାପଟେନ ଅଜିତ କ୍ରିଷ୍ଣନ୍, ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରସାଦ, ୱିଙ୍ଗ କମାଣ୍ଡର ଶୁଭଶୁଂ ଶୁକ୍ଳାଙ୍କ । ୪ ମହକାଶଚାରୀଙ୍କ ନାଁ ଘୋଷଣା ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମହାକାଶ ଯିବ ପାଇଁ ଯେଉଁ ୪ ଜଣଙ୍କ ନାଁ ଘୋଷଣା କରାଯାଇଛି ସେହି ୪ ଜଣ କେବଳ ବ୍ୟକ୍ତି ନୁହଁନ୍ତି, ୧୪୦ କୋଟି ଲୋକଙ୍କ ଶକ୍ତି ।

ଭାରତର ନାଁକୁ ମହାକାଶକୁ ନେଇଯିବାର ଶକ୍ତି ଏହି ୪ ଜଣ । ଆପଣମାନେ ଆଜିର ଭାରତର ବିଶ୍ୱାସ, ଆଜିର ଭାରତର ଶୌର୍ଯ୍ୟ । ପ୍ରଥମ ଥର ପାଇଁ ଭାରତ ନିଜ ରକେଟରେ ନିଜ ବୀରଙ୍କୁ ମହାକାଶ ପଠାଇବ । ସେ ଆହୁରି ମଧ୍ୟ କହିଛନ୍ତି ସାରା ଦେଶର ଶୁଭେଚ୍ଛା, ଶୁଭକାମନା ଆପଣମାନଙ୍କ ସହ ରହିଛି । ୪ ମହାକାଶଚାରୀ ଓ ସେମାନଙ୍କ ପରିବାରକୁ ସହଯୋଗ କରନ୍ତୁ ।

ଗଗନଯାନରେ ବ୍ୟବହୃତ ଅଧିକାଂଶ ଉପକରଣ ଭାରତରେ ନିର୍ମିତ । ମହିଳା ବୈଜ୍ଞାନିକଙ୍କ ବିନା ଏଭଳି କୌଣସି ମିଶନର କଳ୍ପନା ଜରିହେବନି । ଇସ୍ରୋର ସଫଳତା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଉଛି । ଇସ୍ରୋରେ କାମ କରିବାକୁ ଆଜି ଲକ୍ଷ ଲକ୍ଷ ପିଲାଙ୍କ ବଡ଼ ସ୍ୱପ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ