Masthead

ବିଷାକ୍ତ ମଦ ନେଲା ଜୀବନ !

ଅନୁଗୁଳ, (ବଡ଼ ଖବର ବ୍ୟୁରୋ): ଅନୁଗୁଳ ହସ୍ପିଟାଲରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଷାକ୍ତ ମଦ୍ୟପାନ ଯୋଗୁ ତାଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଅଭିଯୋଗ ଆଣିଛନ୍ତି। ମୃତକ ହେଉଛନ୍ତି ପଥରଗଡ଼ ଗ୍ରାମର ଶଶିକାନ୍ତ ଦେହୁରୀ (୪୫)। ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଏବେ ଶବଗୃହରେ ରଖାଯାଇଛି।
ଖାଲି ଶଶିକାନ୍ତ ନୁହନ୍ତି, ତାଙ୍କ ଗ୍ରାମର ଆଉ ଦୁଇଜଣଙ୍କର ଦୁଇଦିନ ପୂର୍ବେ ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକ। ଅବଶ୍ୟ ସେହି ଦୁଇଜଣଙ୍କ ମୃତଦେହକୁ ଘର ଲୋକ ଦାହ କରି ସାରିଛନ୍ତି। ତେବେ କେଉଁ କାରଣରୁ ସେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ କଲେ ଜଣା ପଡ଼ିବ।
ଖାଲି ଏମାନେ ନୁହନ୍ତି ଆଉ ଜଣେ ମଧ୍ୟ ଅନୁଗୁଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗ୍ରାମର ଜଣେ ବ୍ୟକ୍ତିଙ୍କର ଦୁଇଦିନ ତଳେ ଘର ସେଣ୍ଟରିଂ କାମ ହେଉଥିଲା । କାମ ସାରିବା ପରେ ସେମାନେ ସନ୍ଧ୍ୟାରେ ମଦ ପିଇଥିବା ପରିବାର ଲୋକ କହିଛନ୍ତି।
ଏହି ଘଟଣା ସମ୍ପର୍କରେ ପୁରୁଣାକୋଟ ଥାନାରେ କୌଣସି ଅଭିଯୋଗ ହୋଇନାହିଁ କି ଅବକାରୀ ବିଭାଗ ମଧ୍ୟ ତଦନ୍ତ କରିନାହିଁ। ଶଶିକାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ