Masthead

ନୀତୀଶଙ୍କ ବିରୋଧରେ ପୋଷ୍ଟର, ୩ ଗିରଫ

ବିହାର  (ବଡ଼ ଖବର ବ୍ୟୁରୋ):  ଜୁଲାଇ ୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା ବିରୋଧୀ ଦଳର ବୈଠକ । ବିହାରର ମୁଖ୍ୟମନ୍ତ୍ରୀ ନୀତୀଶକୁମାର ବେଙ୍ଗାଲୁରୁ ଗସ୍ତ କରିଥିବାବେଳେ କେହି ଜଣେ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇ ଦେଇଥିଲେ। ଯାହାକୁ ନେଇ କର୍ଣ୍ଣାଟକ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ କରିଛି। ଏମାନେ ହେଉଛନ୍ତି ଶ୍ରୀରାମ, ନନ୍ଦକୁମାର ଓ ମୋହନ। ଏମାନେ ସମସ୍ତେ ବେଙ୍ଗାଲୁରୁର ଶେଷାଦ୍ରିପୁରମ ବାସିନ୍ଦା ବୋଲି ଜଣାପଡ଼ିଛି । ପୋଲିସ କହିଛି ଯେ ଅଭିଯୁକ୍ତମାନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ସହରର ୨୦ଟି ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ବେଙ୍ଗାଲୁରୁ ବିମାନବନ୍ଦର ରୋଡରେ ଏଗୁଡିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ରାଜନୈତିକ ନେତାଙ୍କ ସମ୍ପୃକ୍ତି ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ପୋଷ୍ଟରରେ ନୀତୀଶଙ୍କୁ ଉଦେ୍ଦଶ୍ୟ କରି ଲେଖାଯାଇଥିଲା ଅଥୟ ପ୍ରଧାନମନ୍ତ୍ରୀ ପ୍ରତିଦ୍ୱନ୍ଦୀ । ବିହାର ସରକାରଙ୍କ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ୱାଗତମ । ଭାଙ୍ଗିପଡ଼ୁଥିବା ସୁଲତାନଗଞ୍ଜ ସେତୁ ହେଉଛି ବିହାର ପ୍ରତି ନୀତୀଶଙ୍କ ଉପହାର । ତାଙ୍କ ଶାସନରେ ବିହାରର ସେତୁ ସବୁ ତିଷ୍ଠି ପାରୁ ନଥିବା ବେଳେ ତାଙ୍କୁ ବିରୋଧୀ ଦଳଙ୍କ ପ୍ରଚାର ଅଭିଯାନର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି