Masthead

ମୁଖ୍ୟମନ୍ତ୍ରୀ ହେବାକୁ ନେଇ ପୋଷ୍ଟର ୱାର

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ଚାଲିଛି ପୋଷ୍ଟର ୱାର । ନିର୍ବାଚନରେ କଂଗ୍ରେସ ବହୁମତ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ପୋଷ୍ଟର ୱାର । କିଏ ହେବ ମୁଖ୍ୟମନ୍ତ୍ରୀ? ସିଦ୍ଦରମେୟା ନା ଡିକେ ଶିବକୁମାର । ଲାଗିଛି ଦ୍ୱନ୍ଦ୍ୱ । ଉଭୟଙ୍କ ସମର୍ଥକମାନେ ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ସ୍ଥାନରେ ଲଗାଇଛନ୍ତି ପୋଷ୍ଟର ।

ସହର ସାରା ଲାଗିଛି ସିଦ୍ଦରମେୟା ଓ ଡିକେ ଶିବକୁମାରଙ୍କ ବଡ଼ ବଡ଼ କଟଆଉଟ୍ । କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ହୋଇନାହିଁ । ନବ ନିର୍ବାଚିତ ବିଧାୟକ ଦଳ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହେବ । କିନ୍ତୁ ସିଦ୍ଦରମେୟାଙ୍କ ସମର୍ଥକମାନେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନ ବାହାରେ ପୋଷ୍ଟର ଓ ବ୍ୟାନର ମାରିଥିଲେ । ସେମାନେ ଲୋକଙ୍କୁ ସୂଚନା ଦେବାକୁ ଯାଇ ପରୋକ୍ଷରେ କହିଛନ୍ତି ସିଦ୍ଦରମେୟା କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

ଶିବକୁମାରରଙ୍କ ସମର୍ଥକମାନେ ଏହାକୁ ସହଜରେ ହଜମ କରିପାରି ନାହାନ୍ତି । ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେମାନେ ମଧ୍ୟ ଆଶା କରିଛନ୍ତି । ତେଣୁ ନିଜର ପ୍ରିୟ ନେତା ଶିବକୁମାରଙ୍କ ବ୍ୟାନର ଓ ପୋଷ୍ଟର ସହରର ବିଭିନ୍ନ ସ୍ଥାନାରେ ମାରିଛନ୍ତି । ଦୁଇ ନେତାଙ୍କ ପୋଷ୍ଟର ୱାର ବେଙ୍ଗାଲୁରରରେ ପୁଣି ନିର୍ବାଚନର ଭ୍ରମ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା