Masthead

ମୁଖ୍ୟମନ୍ତ୍ରୀ ହେବାକୁ ନେଇ ପୋଷ୍ଟର ୱାର

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ଚାଲିଛି ପୋଷ୍ଟର ୱାର । ନିର୍ବାଚନରେ କଂଗ୍ରେସ ବହୁମତ ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଛି ପୋଷ୍ଟର ୱାର । କିଏ ହେବ ମୁଖ୍ୟମନ୍ତ୍ରୀ? ସିଦ୍ଦରମେୟା ନା ଡିକେ ଶିବକୁମାର । ଲାଗିଛି ଦ୍ୱନ୍ଦ୍ୱ । ଉଭୟଙ୍କ ସମର୍ଥକମାନେ ରାଜଧାନୀ ବେଙ୍ଗାଲୁରୁରେ ବିଭିନ୍ନ ସ୍ଥାନରେ ଲଗାଇଛନ୍ତି ପୋଷ୍ଟର ।

ସହର ସାରା ଲାଗିଛି ସିଦ୍ଦରମେୟା ଓ ଡିକେ ଶିବକୁମାରଙ୍କ ବଡ଼ ବଡ଼ କଟଆଉଟ୍ । କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ କୌଣସି ନିଷ୍ପତ୍ତି ହୋଇନାହିଁ । ନବ ନିର୍ବାଚିତ ବିଧାୟକ ଦଳ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହେବ । କିନ୍ତୁ ସିଦ୍ଦରମେୟାଙ୍କ ସମର୍ଥକମାନେ ବେଙ୍ଗାଲୁରୁସ୍ଥିତ ତାଙ୍କ ବାସଭବନ ବାହାରେ ପୋଷ୍ଟର ଓ ବ୍ୟାନର ମାରିଥିଲେ । ସେମାନେ ଲୋକଙ୍କୁ ସୂଚନା ଦେବାକୁ ଯାଇ ପରୋକ୍ଷରେ କହିଛନ୍ତି ସିଦ୍ଦରମେୟା କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

ଶିବକୁମାରରଙ୍କ ସମର୍ଥକମାନେ ଏହାକୁ ସହଜରେ ହଜମ କରିପାରି ନାହାନ୍ତି । ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେମାନେ ମଧ୍ୟ ଆଶା କରିଛନ୍ତି । ତେଣୁ ନିଜର ପ୍ରିୟ ନେତା ଶିବକୁମାରଙ୍କ ବ୍ୟାନର ଓ ପୋଷ୍ଟର ସହରର ବିଭିନ୍ନ ସ୍ଥାନାରେ ମାରିଛନ୍ତି । ଦୁଇ ନେତାଙ୍କ ପୋଷ୍ଟର ୱାର ବେଙ୍ଗାଲୁରରରେ ପୁଣି ନିର୍ବାଚନର ଭ୍ରମ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା