Masthead

ସର୍ବକନିଷ୍ଠ ୱେବ ଡିଜାଇନରଙ୍କ କାହାଣୀ

ବରଗଡ( ବଡ ଖବର ) : କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ, ଛୋଟ ସିନା ଦାନ ତ ମହାନ । ୱେବ ଡିଜାଇନର ଆୟୁଷ। କେମିତି ପରିଚିତ ହେଲେ ଆୟୁଷ ଜାଣନ୍ତୁ ସଂପୂର୍ଣ୍ଣ ରିପୋର୍ଟ ।ଗାଁ ରାସ୍ତାରେ ଥିବା ନାଳ ଗ୍ରାମବାସୀଙ୍କ ଗମନାଗମନରେ ବାଧାସୃଷ୍ଟି କରୁଥିଲା, ଯାହାଦ୍ୱାରା ଆୟୁଷଙ୍କ ବାପା ସେହି ନାଳର ଜଳସ୍ରୋତର ଶିକାର ହୋଇଥିଲେ । କିନ୍ତୁ କୌଣସି ପ୍ରକାରେ ସେ ଜୀବନ ବଞ୍ଚାଇ ଘରେ ପହଞ୍ଚିଥିଲେ । ପରେ କୌଣସି କାରଣରୁ ଆୟୁଷ ତାଙ୍କ ବାପାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚାରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ବାପାଙ୍କଠୁ ଶୁଣିବା ପରେ ଆୟୁଷ ତାଙ୍କ ଗାଁ ନାଳର ପୋଲ ତିଆରି କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ସେଠାରୁ କୌଣସି ଫଳ ମିଳିନଥିବାରୁ ରାଜ୍ୟପାଳ ଓ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆୟୁଷ।

ଏହାପରେ ତିଆରି ହୋଇଥିଲା ପୋଲ, ଯାହାକି ସମ୍ବଲପୁର ଜିଲ୍ଲାର ସୀମାନ୍ତରେ ଥିବା କୁଡାନାଲି ଗାଁରୁ ଅନୁଗୁଳ ଜିଲା ସୀମାନ୍ତକୁ ସଂଯୋଗ କଲା । ଆୟୁଷର ଗାଁ ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ ର କୁଡାନାଲି ଗାଁରେ । ଆଜି ଅନ୍ୟ ଏକ କାମ ପାଇଁ ପାଲଟିଛନ୍ତି ବିସ୍ମୟ ବାଳକ ।

ସେ ଏ ପର୍ଯ୍ୟନ୍ତ ୮ଟି ୱେବ୍‌ସାଇଟ ଡିଜାଇନ କରିସାରିଛନ୍ତି । । କୁଡ଼ାନାଳୀର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୩ ବର୍ଷର ପୁଅ ଆୟୁଷ । ଆୟୁଷ ଅଷ୍ଟମ ଶ୍ରେଣୀର ଛାତ୍ର । ଆୟୁଷ ବିନା ପ୍ରଶିକ୍ଷଣ ବା ତାଲିମରେ ’ଫେସବୁକ୍ ଭଳି ଏକ ସାମାଜିକ ଗଣମାଧ୍ୟମ ସାଇଟ ଖୋଲିଛନ୍ତି, ଯାହାର ନାଁ ‘ରାଉଟର’। ଆୟୁଷଙ୍କ ବାପା ସରୋଜ ରାଉତ ଜଣେ ସାମ୍ବାଦିକ । ସେ ଭବିଷ୍ୟତରେ ଜଣେ ବିଶେଷଜ୍ଞ ହେବେ ଓ ଆଇଏଏସ ହୋଇ ଦେଶର ସେବା କରିବେ ବୋଲି କହିଛନ୍ତି । ନିଜ ଗାଁ କୁଡ଼ାନାଳୀକୁ ବିଶ୍ୱସ୍ତରରେ ପରିଚିତ କରିବାର ଲକ୍ଷ୍ୟ ରଖୁଛନ୍ତି ଆୟୁଷ । ଆୟୁଷ ଗତ ସେପ୍ଟେମ୍ବର ମାସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଥିଲେ । ପରେ ସମ୍ବଲପୁର ସାସଂଦ ନୀତେଶ ଗଙ୍ଗଦେବକୁ ମଧ୍ୟ ଦେଖା କରିଥିଲେ । ବାର ବର୍ଷର ବିସ୍ମୟବାଳକ ଆୟୁଷଙ୍କ ଅଧ୍ୟୟନ,ଗବେଷଣା, ସନ୍ଧାନ, ପ୍ରୟୋଗ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା ।