Masthead

ବାରମ୍ବାର ଲାଇନ କଟୁଛି, ମନ୍ତ୍ରୀ କହୁଛନ୍ତି ପାୱାର କଟ ହେଉନି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବାରମ୍ବାର କଟୁଛି ଲାଇନ, ରାତି ରାତି ଆସୁନି ଲାଇନ ହେଲେ ମନ୍ତ୍ରୀ କହୁଛନ୍ତି ପାୱାର କଟ ହେଉନି । ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ କରିଯାଉଛି । ରାଜ୍ୟରେ ଇଲେକ୍ଟ୍ରିସିଟ ସପ୍ଲାଏ ର କୌଣସି ଅଭାବ ନାହିଁ । ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ୬ ରୁ ୭ ଘଣ୍ଟା ଲାଗୁଛି ତାକୁ ଠିକ କରିବା ପାଇଁ । ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ନେଉଛି।

କେମିତି ନିରବଛିନ୍ନ ବିଜୁଳି ଯୋଗାଇ ଦେଇପାରିବୁ ସେ ଦିଗରେ ଚେଷ୍ଟା କରୁଛୁ । ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ସେଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ । ଟେକ୍ନିକାଲ ତ୍ରୁଟି ଯୋଗୁଁ ଲୋ ଭୋଲଟେଜ ରହୁଛି । ଯେଉଁଠି ଲାଇନ ଦୂର ବାଟରେ ଅଛି, ଟ୍ରାନ୍ସମଫର କାପାସିଟ ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ । ପିକ ପିରିୟଡ଼ରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର