Masthead

ଆସନ୍ତା ୨୦ରେ ବାଲିଯାତ୍ରା ପଡିଆରେ ହେବ ମେଗା ପ୍ରଚାର

କଟକ (ବଡ଼ ଖବର ବ୍ୟୁରୋ): ବିଜେପିର ମିଶନ ଓଡ଼ିଶା । ପୁଣି ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ରୋଡ୍‌ ଶୋ କରିବେ ପ୍ରଧାନମନ୍ତ୍ରୀ ମୋଦି । କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ । ସୂଚନା ଦେଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରା । ଏନେଇ କାର୍ଯ୍ୟକ୍ରମର ପ୍ରାଥମିକ ରୂପରେଖ ସ୍ଥିର ହୋଇଛି । କଟକ ଲୋକସଭା ପ୍ରାର୍ଥୀ ଓ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ମୋଦିଜୀ ଏଠାରୁ ଏକ ବଡ଼ ଜନସଭାକୁ ସମ୍ବୋଧିତ କରିବେ ।

ଏହି ପରିପ୍ରେକ୍ଷୀରେ ଶନିବାର ଦଳର ରାଜ୍ୟ ନେତୃବୃନ୍ଦଙ୍କ ଏକ ଟିମ୍ ତଳ ଓ ଉପର ବାଲିଯାତ୍ରା ପଡ଼ିଆ ବୁଲି ଦେଖିଛନ୍ତି । ଚଳିତ ନିର୍ବାଚନରେ ବିଜେପି ରାଜ୍ୟର ପ୍ରାୟ ସବୁ ଲୋକସଭା କ୍ଷେତ୍ର ଉପରେ ଫୋକସ୍ କରୁଛି । ତେଣୁ ମୋଦିଜୀ ଏଯାବତ ପ୍ରାୟ ୬ଟି ଲୋକସଭା ଅଞ୍ଚଳରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଷ୍ଟାର୍ ପ୍ରଚାରକ ଭାବେ ପ୍ରଚାର କରିସାରିଲେଣି ।

ତେବେ ରାଜ୍ୟର ତୃତୀୟ ପର୍ୟ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ନିର୍ବାଚନ ପାଇଁ ୨୩ ତାରିଖ ପ୍ରଚାର ସରିବ । କଟକ ସହିତ ପୁରୀ, କେନ୍ଦୁଝର ଓ ସମ୍ବଲପୁର ଭଳି ହାଇପ୍ରୋଫାଇଲ୍ ଲୋକସଭା ସିଟ୍ ଗୁଡ଼ିକ ତୃତୀୟ ପର୍ଯ୍ୟାୟରେ ରହିଛି । ତେଣୁ ଏହି ୪ ଲୋକସଭା ଆସନ ପାଇଁ ପ୍ରଚାର କରିବାକୁ ମୋଦିଜୀ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ଯୋଜନା ହେଉଛି ।

୧୫ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ । ରାଉରକେଲା, କଣ୍ଟାବାଞ୍ଜି, ସୋରଡ଼ାରେ ସଭା କରିବେ ଶାହ । ୧୭ ତାରିଖରେ ଗସ୍ତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରିବେ ନଡ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି