Masthead

ଘରୋଇ କମ୍ପାନୀର ଦାଦାଗିରି, ଡ୍ରାଇଭରଙ୍କୁ ନିସ୍ତୁକ ପିଟିଲେ

ଝାରସୁଗୁଡା(ବଡ଼ ଖବର ବ୍ୟୁରୋ): ଅଧିକ ଟ୍ରିପ ନ କରିବାରୁ ଡ୍ରାଇଭରକୁ ନିସ୍ତୁକ ମାଡ଼ । ଭିଡ଼ିଓ ହେଲା ଭାଇରଲ । ଝାରସୁଗୁଡାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓରୁ ଘରୋଇ କମ୍ପାନୀ ମାନଙ୍କର ଦାଦାଗିରି ସାମ୍ନାକୁ ଆସିଛି । ଶୁକ୍ରବାର ଦିନର ଏହି ଘଟଣା ଅଧିକ ଟ୍ରିପ କରି ନ ପାରିବାରୁ କମ୍ପାନୀ ମ୍ୟାନେଜର ନୃଶଂସ ଭାବେ ଡ୍ରାଇଭରକୁ ଲାଠିରେ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଗତକାଲି ରାତିରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନେ ସମ୍ପୃକ୍ତ ମାଡ଼ ଖାଇଥିବା ଡ୍ରାଇଭରକୁ ମେଡିକାଲକୁ ନେଇ ଚିକିତ୍ସା କରିବା ସହିତ ବଡ଼ମାଲ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଯାହାକୁ ନେଇ ଉତ୍ତରପ୍ରଦେଶ ଡ୍ରାଇଭର ମହାସଂଘ, ଝାରଖଣ୍ଡ ଡ୍ରାଇଭର ମହସଙ୍ଗ ଓ ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ଏହାର ତୀବ୍ର ନିନ୍ଦା କରିବା ସହ ଉଚିତ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ଅନ୍ୟ ପଟେ ଆଜି ଘରୋଇ କମ୍ପାନୀକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଝାରସୁଗୁଡା ଡ୍ରାଇଭର ମହାସଂଘ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ