୯ ଡକାୟତ ଗିରଫ, ୧୦ ଲକ୍ଷ ଜବତ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଲଇମୁରା ରାସ୍ତା କରଙ୍ଗାମାଳ ଜଙ୍ଗଲରେ ବନ୍ଧୁକ ମୁନରେ ୟୁନିୟନ ବ୍ୟାଙ୍କ ଡକାୟତି ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଗତ ୯ ତାରିଖ ଘଟିଥିବା ଏହି ଡକାୟତି ଘଟଣାର ସମ୍ବଲପୁର ପୋଲିସ ୨ ଜଣ ମାଷ୍ଟରମାଇଣ୍ଡ ସହ ୯ ଜଣ ଡକାୟତଙ୍କୁ ଗିରଫ କରିଥିବା ସମ୍ବଲପୁର ଏସପି କନୱର ବିଶାଳ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏମାନଙ୍କଠାରୁ ନଗତ ୧୦ ଲକ୍ଷ ଟଙ୍ଗା ଓ ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଥିବା ସୂଚନା ଦିଆଯାଇଛି । ଏହା ସହ ଡକାୟତିରେ ବ୍ୟବହାର ହୋଇଥିବା ଭୁଜାଲି ଜବତ ହୋଇଛି । ଅଭିଯୁକ୍ତମାନେ ସୁନ୍ଦରଗଡ, କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାର ବୋଲି ଏସପି ସୂଚନା ଦେଇଛନ୍ତି । ଡକାୟତମାନଙ୍କ ଠାରୁ ପୋଲିସ ୫ ଟି ବାଇକ ସହ ଗୋଟିଏ କାର ଜବତ କରିଛି ।
ଗତ ୯ ତାରିଖରେ ଏକ ଗାଡ଼ିରେ ୟୁନିୟନ ବ୍ୟାଙ୍କକୁ ଯାଉôଥଲା ୩୫ଲକ୍ଷ୍ ୪୧ହଜାର ଟଙ୍କା । ଏହି ସମୟରେ ୩ ବାଇକରେ ୬ ଲୁଟେରା ଆସି ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଡକାୟତମାନଙ୍କୁ ଧରିବା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିଲା । ଗିରଫ ଡକାୟତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’