Masthead

ପୁରୀରେ ଦାଦାବଟି ପାଇଁ ଗୁଳିମାଡ଼

(ବଡ଼ ଖବର ବ୍ୟୁରୋ)  ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ଗୁଳିମାଡ଼ ଖାଇଲା । ତେବେ ଗୁରୁତର ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଜଣକ ହେଲେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ଶକୁନ୍ତଳା ସାହୁ । ସୂଚନା ଅନୁଯାୟୀ ଦାଦାବଟିକୁ ନେଇ ଏଭଳି ସାଂଘାତିକ ଘଟଣା ଘଟିଛି ।

ଦାଦାବଟି ନେଇ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କର କିଛି ଦୁର୍ବୃତ୍ତଙ୍କ ସହ ପୂର୍ବରୁ ଝଗଡା ହୋଇଥିଲା । ତାଙ୍କୁ ଦୁର୍ବୃତ୍ତମାନେ ଧମକଚମକ ଦେଇଥିଲେ । ତେବେ ଗତକାଲି ରାତି ପ୍ରାୟ ୧୨ଟାରେ କିଛି ଦୁର୍ବୃତ୍ତ ଜିତେନ୍ଦ୍ରଙ୍କ ଘର କବାଟ ବାଡେଇ ଦାଦାବଟି ମାଗିଥିଲେ । କିନ୍ତୁ ଜିତେନ୍ଦ୍ର କବାଟ ଖୋଲିନଥିଲେ । ପରେ ତାଙ୍କ ଘରର ଗ୍ରିଲ ପଟେ ଜିତେନ୍ଦ୍ରଙ୍କୁ ଲକ୍ଷ କରି ଗୁଳି କରିଥିଲେ । ମାତ୍ର ଶକୁନ୍ତଳା ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଗୁଳିମାଡ ଖାଇଥିଲେ ।

ଗୁରୁତର ଆବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ୨ଟି ଟିମ ଗଠିତ ହୋଇଛି । ତେବେ ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ