Masthead

ଏହି ଜାଗାରେ ଲଗାନ୍ତୁ ଭଗବାନଙ୍କ ଫଟୋ । ଆପଣ ବି ହୋଇପାରିବେ ଧନବାନ

ବାସ୍ତୁଶାସ୍ତ୍ର ନିୟମ ଅନୁଯାୟୀ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିବା ଦ୍ୱାରା ସକାରାତ୍ମକତା ବୃଦ୍ଧି ପାଇଥାଏ। ଜଲଦି ଖରାପ ସମୟ ମଧ୍ୟ ଦୂର ହେବା ସହିତ ସମସ୍ୟା ଦୂର ହୋଇଥାଏ। ଶିବପୁରାଣ ଅନୁଯାୟୀ, ଭଗବାନଙ୍କ ଇଛାରେ ସୃଷ୍ଟିର ରଚନା ବ୍ରହ୍ମାଙ୍କ ଦ୍ୱାରା କରାଯାଇଛି। ଅଧିକାଂଶ ଲୋକେ ଭଗବାନଙ୍କ ପ୍ରତିମା ଘରେ ରଖିଥାନ୍ତି। ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଭଗବାନଙ୍କ ଫଟୋ କେଉଁଠି ଲଗାଇବା ଉଚିତ ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଦେବୀଦେବତାଙ୍କ ପ୍ରତିମା ଲଗାଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିନଥାଏ । ଯଦି ଭୁଲ ଦିଗ କିମ୍ବା ଭୁଲ ଉପାୟରେ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲାଗିଯାଏ ତେବେ ଜୀବନରେ ଅନେକ ସମସ୍ୟା ଦେଖାଯାଇପାରେ।

• ଘରେ ଏକାଠି ଭଗବାନ ଶଙ୍କର, ମା’ ପାର୍ବତୀ, ଗଣେଶ ଏବଂ କାର୍ତ୍ତିକଙ୍କ ଫଟୋ ଲଗାନ୍ତୁ । ଏହି ଫଟୋ ଘରେ ରଖିବା ଦ୍ୱାରା କଳହ ଏବଂ ବିବାଦ ଦେଖାଯାଇନଥାଏ। ଏଥିସହ ଘରର ପିଲାମାନେ ମଧ୍ୟ ଆଜ୍ଞାକାରୀ ହୋଇଥାନ୍ତି।
• କେବେ ବି ଭଗବାନଙ୍କ କ୍ରୋଧିତ ଥିବା ଫଟୋ ଘରେ ଲଗାନ୍ତୁ ନାହିଁ । କାରଣ ଏହା ବିନାଶର ପ୍ରତୀକ ହୋଇଥାଏ ।

• ଘରର ବାହାର ପାଶ୍ୱର୍ରେ(ଦାଣ୍ଡ ଦ୍ୱାରରେ) ଗଣେଶ କିମ୍ବା ପଞ୍ଚମୁଖି ହନୁମାନଙ୍କ ଫଟୋ ଲଗାନ୍ତୁ । ଏହା ଲଗାଇବା ଦ୍ୱାରା ବାହାର ବିପଦ ଘରକୁ ନ ଆସିବା ସହ ବିଘ୍ନ ବିନାଶ ହୋଇଥାଏ ।
• ଭଗବାନଙ୍କ ପ୍ରତିମା ରଖିବା ସ୍ଥାନକୁ ସର୍ବଦା ସଫା ସୁତୁରା ରଖନ୍ତୁ । ଏହା ଦ୍ୱାରା ଲକ୍ଷ୍ମୀ ଆସିବା ସହିତ ଧନ ମଧ୍ୟ ବଢିଥାଏ ।
• ସକାଳ ଏବଂ ସନ୍ଧ୍ୟା ସମୟରେ ଗାୟତ୍ରୀ ମନ୍ତ୍ର ଶୁଣନ୍ତୁ କିମ୍ବା ଜପ କରନ୍ତୁ । ଏହା କରିବା ଦ୍ୱାରା ଘରେ ଶାନ୍ତି ବାତାବରଣ ସୃଷ୍ଟି ହେବା ସହ ଆୟୁଷ ମଧ୍ୟ ବଢିଥାଏ ।
• ଘର ର ଶୋଇବା ଘରେ ରାଧାକୃଷ୍ଣଙ୍କ ଫଟୋ ଲଗାନ୍ତୁ । ଏହା ଦ୍ୱାରା ପ୍ରେମ ସମ୍ପର୍କ ବଢିବା ସହ ଘରେ ଶାନ୍ତି ବାତାବରଣ ସୃଷ୍ଟି ହେବା ସହ ଘରକୁ ଲକ୍ଷ୍ମୀ ଆସିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି