Masthead

ନାୟିକାରୁ ଖଳନାୟିକା ସାଜିବେ ରବିନା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଏଭରଗ୍ରୀନ୍ ହିରୋଇନ ରବିନା ଟଣ୍ଡନ ନିଜ ବିଉଟି ଏବଂ ଅଭିନୟର ଯାଦୁରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦରେ ଏବେ ବି ରାଜ୍ କରୁଛନ୍ତି । ୯୦ ଦଶକରୁ ନିଜ କ୍ୟାରିୟର ଆରମ୍ଭ କରି ସେ ଅନେକ ସୁପରହିଟ ଫିଲ୍ମରେ ନଜର ଆସିଛନ୍ତି । ବଲିଉଡର ଅନେକ ନାମୀଦାମି ଆକ୍ଟରଙ୍କ ସହ ତାଙ୍କ କେମେଷ୍ଟ୍ରି ଖୁବ୍ ଜମିଛି । ବର୍ତ୍ତମାନ କିନ୍ତୁ ସେ ଆଉ ନାୟିକା ନୁହେଁ ବରଂ ଖଳନାୟିକା ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି ।

ବଲିଉଡର ଥ୍ରୀଲର ମାଷ୍ଟର କୁହାଯାଉଥିବା ନିର୍ଦ୍ଦେଶକ ମନୀଷ ଗୁପ୍ତା ଏବେ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନେଇ ଏକ ଥ୍ରୀଲର ମୁଭି ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ ରବିନା ଜଣେ ଖଳନାୟିକା ଭୂମିକାରେ ଦେଖାଦେବେ । ପୂର୍ବରୁ ମନୀଷ ଦ ଷ୍ଟୋନମ୍ୟାନ ମଡର୍ସ, ହଷ୍ଟେଲ, ରହସ୍ୟ ଭଳି ଅନେକ ଥ୍ରୀଲର ମୁଭି ଦର୍ଶକଙ୍କୁ ଭେଟି ଦେବା ପରେ ଏବେ ଏକ ନୁଆ ଅନ୍ଦାଜରେ ଆଉ ଏକ ଥ୍ରୀଲର ମୁଭି ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ରବିନାଙ୍କ ପାଇଁ ସ୍କ୍ରିନରେ ଖଳନାୟିକା ସାଜିବା କିଛି ବିଚିତ୍ର କଥା ନୁହେଁ । ଅନେକ ମୁଭିରେ ସେ ଭିନ୍ନ ଭିନ୍ନ ପ୍ରକାର କ୍ୟାରେକ୍ଟର ପ୍ଲେ କରି ସାରିଛନ୍ତି । କିନ୍ତୁ ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ସେ ଅଧିକାଶଂ ମୁଭିରେ କେବଳ ନାୟିକା ଭୁମିକାରେ ନଜର ଆସିଛନ୍ତି ।

ବଲିଉଡ ମୁଭି ‘ପଥର କେ ଫୁଲ’ ଜରିଆରେ ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ ରବିନା । ନିଜ ପ୍ରଥମ ମୁଭିରୁ ହିଁ ସେ ଫିଲ୍ମ ଫେୟାର ପୁରସ୍କାର ହାତେଇ ନେଇଥିଲେ । ପରେ ଲାଡଲା, ମେ ଖିଲାଡି ତୁ ଅନାଡି ଓ ଦାମନ ଚଳଚିତ୍ର ପାଇଁ ଫିଲ୍ମ ଫେୟାର ଓ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ନିଜର ୩୦ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ଅନେକ ହିଟ ସିନେମା ଭେଟି ଦେଇଛନ୍ତି ରବିନା । ଇନସାନିୟତ, ରଷକ, ଖିଲାଡିଓଁ କା ଖିଲାଡି, ମୋହରା, ଜଙ୍ଗ୍, ବଡେ ମିଆଁ ଛୋଟେ ମିଆଁ, ପେହଚାନ,ଏଲଓସି କାରଗିଲ ଭଳି ଅନେକ ଦମଦାର ମୁଭିରେ ଅଭିନୟ କରିଛନ୍ତି ରବିନା । ତେବେ ଖୁବଶୀଘ୍ର ରବିନାଙ୍କୁ ବିଗ୍ ବଜେଟ ମୁଭି ‘କେ.ଡି.ଏଫ୍ ଚାପ୍ଟର-୨’ରେ- ଦେଖିବାକୁ ମିଳିବ । ଅନେକ ଦିନ ହେବ ସେ ବଡ ପରଦାରେ ନଜର ଆସି ନଥିବାରୁ ତାଙ୍କ ଫାନ୍ସମାନେ ଏବେ କାଫି ଉତ୍ସାହିତ ହୋଇ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ