Masthead

ବିଶ୍ୱରେ ଲୋକତାନ୍ତ୍ରିକ ମୂଲ୍ୟକୁ ଆଗକୁ ନେବାକୁ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ଏମପି ରାହୁଲ ଗାନ୍ଧୀ । ରାହୁଲ ଏବେ ଲଣ୍ଡନ ଗସ୍ତରେ ଅଛନ୍ତି । ସେଠାରେ ସେ କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ରାହୁଲ ଗାନ୍ଧୀ ଭାରତରେ ବିଭିନ୍ନ ସଂସ୍ଥା ନିୟନ୍ତ୍ରଣରେ ଥିବା କହିଛନ୍ତି । ଏହାସହ ତାଙ୍କ ଫୋନରୁ ଗୁପ୍ତ ତଥ୍ୟ ଚୋରାଇବା କାମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ରାହୁଲ ଗାନ୍ଧୀ କେମ୍ବ୍ରିଜରେ ବିଜନେସ ସ୍କୁଲର ଛାତ୍ରଙ୍କୁ ସମ୍ବୋଧିତ କରି କହିଛନ୍ତି, ଭାରତରେ ମିଡିଆ ଓ ନ୍ୟାୟପାଳିକା ନିୟନ୍ତ୍ରଣରେ ରହିଛି । ମୋ ଫୋନରେ ପେଗାସସରେ ଗୁପ୍ତଚର ହେଉଛି । ଗୁଇନ୍ଦା ଅଧିକାରୀମାନେ ମୋତେ କହିଥିଲେ କି ଆପଣଙ୍କ ଫୋନ ରେକର୍ଡ କରାଯାଉଛି, ମୋ ଉପରେ ଆପରାଧିକ ମାମଲା କରାଯାଉଛି ।

ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଏମିତି ବିଶ୍ୱ ଦେଖିପାରିବୁ ନାହିଁ ଯାହା ଲୋକତାନ୍ତ୍ରିକ ମୂଲ୍ୟ ସହ ଯୋଡି ହୋଇ ନ ଥିବ । ରାହୁଲ ଗାନ୍ଧୀଙ୍କ ସମ୍ବୋଧନର ବିଷୟ ଥିଲା ‘ ଲର୍ନିଂ ଟୁ ଲିସିନ ଇନ ୨୧ ସେଞ୍ଚୁରି’ । ଏହି ସମୟରେ ରାହୁଲ କହିଥିଲେ, ବିଶ୍ୱରେ ଲୋକତାନ୍ତ୍ରିକ ମୂଲ୍ୟକୁ ଆଗକୁ ନେବାକୁ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା ବିତ୍ପାତ, ୩୦ ମୃତ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ