Masthead

ଆଜି ରାଉରକେଲାର ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ କରିବେ ସମାବେଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ । ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ବାହାରିବେ ରାହୁଲ। ସିଧାସଳଖ ରାଉରକେଲାର ଉଦିତନଗର ଛକକୁ ଯାଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଉଦିତନଗର ଛକରୁ ପାନପୋଷକୁ ପଦଯାତ୍ରା ସହ ସମାବେଶ କରିବେ । ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ପାନପୋଷରେ ସାଧାରଣ ସଭା ପରେ, ସେଠାରୁ ରାଜଗାଙ୍ଗପୁର ଯିବେ ଏବଂ ଆଉ ଏକ ସାଧାରଣ ସଭାରେ ଯୋଗ ଦେବେ ରାହୁଲ ଗାନ୍ଧି। ସେଠାରୁ କୁତ୍ରା ଓ ବଡ଼ଗାଁ ଦେଇ ସୁନ୍ଦରଗଡ଼ରେ ପହଞ୍ଚିବେ ଏବଂ ସେଠାରେ ଜନସଭା ପରେ ଝାରସୁଗୁଡ଼ା ଯିବେ ବୋଲି ସୂଚନା ମିଳିଛି। ଝାରସୁଗୁଡ଼ାରେ ରାତ୍ରି ରହଣୀ ପରେ, ଆସନ୍ତାକାଲି ସେଠାରେ ପଦଯାତ୍ରା କରିବେ ଏବଂ ସେଠାରୁ ଛତିଶଗଡ଼ ଯିବେ ରାହୁଲ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ