Masthead

ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ମୁହଁ ଖୋଲିଲେ ରାହୁଲ ଗାନ୍ଧୀ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିିଛନ୍ତି । ଗ୍ୟାସ ସିଲିଣ୍ଡରର ଦର ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଲକ୍ଷ ଲକ୍ଷ ଗରିବ ପରିବାର ଚୁଲିରେ ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି । ଲୋକମାନେ ଦାମୀ ଗ୍ୟାସ କିଣୁ ନାହାନ୍ତି । ଅଧିକାଂଶ ଗ୍ରାମାଞ୍ଚଳରେ ଲୋକମାନେ ନିଜେ ଚୁଲିରେ ରୋଷେଇ କରିବା ଆରମ୍ଭ କରି ଦେଇଛନ୍ତି । ପ୍ରାୟ ୪୨ ପ୍ରତିଶତ ଲୋକ ଗ୍ୟାସ ସିଲିଣ୍ଡର ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି ।ଏନେଇ ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ “ମୋଦିଜୀଙ୍କର ବିକାଶ ଗାଡି ଓଲଟା ଏବଂ ବ୍ରେକ ମଧ୍ୟ ଫେଲ ହୋଇଯାଇଛି” ।

 

କାଠର ବ୍ୟବହାର କମ କରିବା ପାଇଁ କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା କରିଥିଲେ । ଏହାର ଲାଭ ମଧ୍ୟ କୋଟି କୋଟି ହିତାଧିକାରୀ ପାଇଥିଲେ । ଲୋକମାନଙ୍କୁ ଅଧିକ ସୁବିଧା ସୁଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା ମଧ୍ୟ ଘରେ ଘରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଥିଲା,ମାତ୍ର ଗ୍ୟାସ ସିଲିଣ୍ଡରର ଦର ଦିନକୁ ଦିନ ବଢିବାରେ ଲାଗିଛି । ଯାହାକି ଜନସାଧାରଣଙ୍କ ଉପରେ ଗଭୀର ପ୍ରଭାବ ପକାଇଛି । ଗାସ ସିଲିଣ୍ଡର ସହ ଷ୍ଟୋଭ ଦର ହ୍ରାସ କରିବାକୁ କଂଗ୍ରେସର ମହିଳାମାନେ ଦାବି କରିଛନ୍ତି ।

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା