Masthead

ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ

ଓଡଗାଁ (ବଡ଼ ଖବର ବ୍ୟୁରୋ): ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ କଲା ପୋଲିସ । ନୟାଗଡ଼ ଓଡଗାଁ ତହସିଲ କୋମଣ୍ଡ ମାଙ୍କଡା ପଥର ଖଣିରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ମାଙ୍କଡା ବୋଝଇ ୨ ଟ୍ରାକ୍ଟର, ୨ ଟାଟା ମିନି ଟ୍ରକ, ପାୱାର ଟ୍ରିଲର ସହିତ ପେଟ୍ରୋଲିଂ ପାଇଁ ଉଦିଷ୍ଟ ୨ ବାଇକ ଜବତ କରିଛି । ଏନେଇ ୧୪୧/୨୫ ଓ ୧୪୨/୨୫ରେ ୨ ମାମଲା ରୁଜୁ କରାଯାଇଛି । ସେପଟେ ରାତିରେ ମାଙ୍କଡା ବେଆଇନ ଭାବେ ଚାଲାଣ କରିବାକୁ କୁଆଡ଼େ ଅଲିଖିତ ନିର୍ଦ୍ଦେଶ ରହିଥିଲା । ହେଲେ ଏହାକୁ ବିଗତ ଦିନର ପୋଲିସ ଅଧିକାରୀଙ୍କ ସମର୍ଥନ ଥିବା ଆଲୋଚନା ହେଉଥିଲା । ଓଡ଼ଗାଁରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢ଼ାଉ କରିଥିଲେ ଆଇଆଇସି ଅଭୟ ବେହେରା ।

ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ରାତି ଅଧିଆ ନିର୍ଦ୍ଦେଶରେ ସରଣକୁଳ ଭାରପ୍ରାପ୍ତ ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଆଦର୍ଶ ଥାନା ଆଇଆଇସି ଅଭୟ ବେହେରା, ଏସଆଇ ଚକ୍ରଧର ସିଂସ୍ଥାନୀୟ ପୋଲିସ ଷ୍ଟାଫ ଓ ଜିଲ୍ଲା ପୋଲିସ ସହିତ ଦୁଇ ଦଫାରେ ଖଣି ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ପରି ୨ ମାଙ୍କଡା ବୋଝେଇ ଟ୍ରାକ୍ଟର ଓ ମିନିଟ୍ରକ ସହ ଗୋଟିଏ ପଥର କଟିଙ୍ଗ ପାୱାର ତ୍ରିଲର, ୨ ବାଇକ ଜବତ କରିଥିଲେ । କିନ୍ତୁ ଖଣି ମାଫିଆଙ୍କୁ ଧରିବାରେ ବିଫଳ ହୋଇଥିଲା ନୟାଗଡ଼ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ