Masthead

ଆଜିବି ବ୍ରଜ ଦାସଙ୍କ ଘରେ ଚାଲିଛି ଚଢାଉ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ୨ୟ ଦିନରେ ବ୍ରଜ ଦାସଙ୍କ ଘରେ ଚାଲିଛି ରେଡ୍ । ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍‌ର ଚଢାଉ । ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ରେଡ୍ ଜାରି । କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଆୟକର ବିଭାଗ ।

ଆୟକର ଫାଙ୍କିବା ଅଭିଯୋଗରେ ଏହି ରେଡ କରାଯାଉଛି । ୧୦ଟି ଇନୋଭା ଗାଡିରେ ବାହାରୁ ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି । ବହୁତ ପୂର୍ବରୁ ବ୍ରଜ ଆୟକର ଟ୍ୟାକ୍ସ ଦେଉନଥିଲେ ,୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ଏହା ଦ୍ବିତୀୟ ବାର ରେଡ୍ ହେଉଛି । ତେଣୁ ବ୍ରଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ