Masthead

ମୁମ୍ବାଇରେ ବନ୍ୟା ସ୍ଥିତି, ବେହାଲ ଗୁଜୁରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ସହରର ବହୁ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଯାଇଛି। ମୁମ୍ବାଇ ଓ ଏହାର ଆଖପାଖ ସହର ଯଥା ପୁଣେ, ଠାଣେ ଓ ପାଲଘରକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମହାରାଷ୍ଟ୍ର ରାଜ୍ୟ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଶୁକ୍ରବାର ମଧ୍ୟ ମୁମ୍ବାଇରେ ହାରାହାରି ୭୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପୂର୍ବ ଓ ପଶ୍ଚିମ ମୁମ୍ବାଇରେ ଯଥାକ୍ରମେ ୫୭ ଓ ୬୭ ମିମି ବର୍ଷା ରେକର୍ଡ ହୋଇଛି।

ସେହିପରି କେତେକ ପ୍ରମୁଖ ରାସ୍ତା ଓ ରେଳ ଟ୍ରାକରେ ପାଣି ଜମା ହୋଇଯିବାରୁ ମୁମ୍ବାଇର ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଶନିବାର ଲଗାଣ ବର୍ଷା ଯୋଗୁ ମୁମ୍ବାଇର ସ୍ଥାନୀୟ ଟ୍ରେନ୍‌ଗୁଡ଼ିକ ୧୫ରୁ ୨୦ ମିନିଟ୍‌ ବିଳମ୍ବରେ ଯାତାୟାତ କରୁଛି। ସେହିପରି ସହରରେ ଯାତ୍ରୀମାନଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ଅନ୍ଧେରୀ ଓ ମାଲାଦ୍‌ ଭୂତଳ ମାର୍ଗରେ ପାଣି ଜମିଯିବାରୁ ସତର୍କତା ଦୃଷ୍ଟିରୁ ଏହାକୁ ବନ୍ଦ କରାଯାଇଛି। ସେପଟେ ସୁମୀ ଜନିତ ୩ ଦିନ ଧରି ଲାଗି ରହିଥିବ ଲଗାଣ ବର୍ଷାରେ ବୁଡିଲା ଗୁଜରାଟ ପୋରବନ୍ଦରର ଅନେକ ଅଞ୍ଚଳ।

ଲଗାଣ ବର୍ଷାରେ ଅନେକ ସ୍ଥାନରେ ପାଣି ଜମି ରହିବା ଫଳରେ ଯାତାୟତରେ ବାଧା ଉପୁଜିଛି। କୋଷ୍ଟାଲ ଦେବଭୂମି ଦ୍ୱାରକା, ପୋରବନ୍ଦର ଏବଂ ଜୁନାଗଡ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ସୌରାଷ୍ଟ୍ରର କିଛି ଅଞ୍ଚଳରେ ରେଳ ଚଳାଚଳ ବ୍ୟାହତ ହୋଇଥିବାବେଳେ ଦେବଭୂମି ଦ୍ୱାରକାଠାରେ ୧୦ଟି ରାସ୍ତାରେ ପାଣି ଚିଲିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ତଳି ଅଞ୍ଚଳରେ ବନ୍ୟା ଯୋଗୁଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ଦେବଭୂମୀ ଦ୍ୱାରାର ଦ୍ୱାରକା ତାଲୁକା ଶନିବାର ୨୨ଘଣ୍ଟା ମଧ୍ୟରେ ୨୩୧ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼