Masthead

ଉତ୍ତର ଭାରତରେ ବର୍ଷା ବିତ୍ପାତ

ଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୌସୁମୀ ବାୟୁ ପ୍ରଭାବରେ ସବୁଠି ଲାଗିରହିଛି ବର୍ଷା । କାଶ୍ମୀରରୁ କନ୍ୟାକୁମାରୀ ସବୁଠି ବର୍ଷା ବିତ୍ପାତ । ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର ସମେତ ଉତ୍ତର ଭାରତର ଅଧିକାଶଂ ଞ୍ଚଅଞ୍ଚଳରେ ଲାଗିରହିଛି ବର୍ଷା କିଛି କିଛି ଅଞ୍ଚଳରେ ବାଦଲଫଟା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ମୌସୁମୀ ପ୍ରଭାବରେ ରାଜଧାନୀ ଦିଲ୍ଲୀ ଏବଂ ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ ରବିବାର ପ୍ରଥମ ବର୍ଷା ହୋଇଥିଲା ।୬୨ ବର୍ଷ ପୁର୍ବେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଜୁନ ୨୧,୧୯୬୧ରେ ଉଭୟ ମହାନଗରରେ ମୌସୁମୀ ଏକା ସାଙ୍ଗରେ ପହଞ୍ଚିଥିଲା । ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବିଶେଷକ ଡ଼କ୍ଟର ନରେଶ କୁମାର କହିଛନ୍ତି ଜୁନ ୨୬ ସୁଦ୍ଧା ମୌସୁମୀ ଦେଶର ପ୍ରାୟ ୮୦ ପ୍ରତିଶତ ସ୍ଥାନରେ ପହଞ୍ଚିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ନିମ୍ନଚାପ ଫଳରେ ମୌସୁମୀ ଦ୍ରୁତଗତିରେ ଦେଶର ବିଭିନ୍ନ ତ୍ଥସ୍ଥାନରେ ପହଞ୍ଚିଥିଲା । ମୁମ୍ବାଇରେ ମୌସୁମୀ ଜୁନ ୧୧ ଆସିବାର ଥିଲା । କିନ୍ତୁ ଚଳିତ ବର୍ଷ ଏହା ଜୁନ ୨୫ ରେ ପହଞ୍ଚିଥିଲା । ସେହିଭଳି ଦିଲ୍ଲୀରେ ମୌସୁମୀ ଜୁନ ୨୭ ରେ ପହଞ୍ଚôବାକୁ ଥିବା ବେଳେ ଏହା ୨ଦିନ ପୁର୍ବରୁ ପହଞ୍ଚିଥିଲା । ଆସାମ ଉପରେ ମୌସୁମୀର ପ୍ରଭାବ ଖୁବ କମ ପଡ଼ିଥିଲା । ରାଜସ୍ଥାନର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସହିତ ଉଦୟପୁର ,କୋଟା , ବିକାନେର ଏବଂ ଜୟପୁରର କେତେକ ଜିଲ୍ଲାରେ ହାଲୁକାରୁ ପ୍ରବଳ ବର୍ଷା ଲାଗିରହିଛି । ମୁମ୍ବାଇରେ ମଧ୍ୟ ଲାଗିରହିଛି ପ୍ରବଳ ବର୍ଷା । ଟ୍ୱିଟରରେ ଲୋକମାନେ କ୍ଷୋଭ ପ୍ରକାଶ କରିବା ସହ ନିଜର ସମସ୍ୟା ଉଲ୍ଲେଖ କରିଛନ୍ତି । ମୌସୁମୀର ଆଗମନରେ ଲୋକେ ଯେତିକି ଖୁସି, ବଜ୍ରାପାତ ଓ ଅଧିକରୁ ଅଧିକ ବର୍ଷା ଅନେକଙ୍କ ମୁହଁରୁ ହସ ଛଡାଇନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ