ଦୁର୍ନୀତି ଲୁଚାଇବା ପାଇଁ ପୋଡିଦେଲେ ପଞ୍ଚାୟତ ଅଫିସ

ଯାଜପୁର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦୁର୍ନୀତି ଦିନକୁ ଦିନ ବଢ଼ି ବାରେ ଲାଗିଛି, ସରକାରଙ୍କର ଦୃଷ୍ଟି ଅଡୁଆଳରେ ବଡ଼ ବଡ଼ ସରକାରୀ ବାବୁ ଏବଂ ମାଫିଆ ମାନେ ସରକାରୀ ଯୋଜନାକୁ ହାତେଇବାରେ ଲାଗିଛନ୍ତି | ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମପଞ୍ଚାୟତରେ | ଏହି ପଞ୍ଚାୟତର ଦୁର୍ନୀତିକୁ ଚପାଇଦେବା ପାଇଁ ମାଫିଆ ମାନେ ଅଫିସରେ ଥିବା ସମସ୍ତ ଆବଶ୍ୟକୀୟ ଦସ୍ତାବିଜକୁ ପୋଡିଦେଇଛନ୍ତି | ସରକାରୀ କାର୍ଯ୍ୟାଳୟରେ ପସି କାଗଜ ପତ୍ର ପୋଡି ଦେବା ତାହା ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି ହେଉଛି |

ସରକାରୀ କାର୍ଯ୍ୟାଳୟ ପୋଡି ଯାଉଛି କିନ୍ତୁ ଦଶରଥପୁର ବିଡ଼ିଓଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ତାହା ଏବେ ସାଧାରଣ ଲୋକଙ୍କ ମନରେ ସନ୍ଦେହ ବଢ଼ିବାରେ ଲାଗିଛି | ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଗରିବଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଥିବା ବେଳେ ତାହା ସାଧାରଣ ଲୋକଙ୍କ ପାଖରେ ପହଂଚି ପାରୁନାହିଁ | ଏହାକୁ ଦଳୀୟ ନେତା କର୍ମୀ ମାନେ ଏବଂ କିଛି ଅସାଧୁ ମାଫିଆ ମାନଙ୍କ ମଧ୍ୟରେ ଭାଗ ବାଣ୍ଟ କରାଯାଇ ହରିଲୁଟ କରାଯାଉଥିବାର ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି |

ଏହି ପଞ୍ଚାୟତରେ ଜଣଙ୍କ ନାମରେ ଦୁଇ ଥରରୁ ଅଧିକ ମୋ-ଗୁହାଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିନା କାର୍ଯ୍ୟ କରି ଏନଆରଇଜିଏସ୍ ବିଲ୍ ହାତେଇବା ଏବଂ ଏହି ପଞ୍ଚାୟତରେ ଗୋଟେ ରାସ୍ତାକୁ ଏକାଧିକ ଥର ବିଲ୍ କରାଯାଇ ହରିଲୁଟ କରାଯାଇଛି | ନନ୍ଦିପୁର ପଞ୍ଚାୟତ ଅଫିସରେ ସକାଳ ସମୟରେ ଅଗ୍ନିକାଣ୍ଡ ହୋଇଥିବାର ଖବର ସ୍ଥାନୀୟ ଲୋକମାନେ ଦେଖି ଦଶରଥପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ | ସେଠାରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ