Masthead

ଦୁର୍ନୀତି ଲୁଚାଇବା ପାଇଁ ପୋଡିଦେଲେ ପଞ୍ଚାୟତ ଅଫିସ

ଯାଜପୁର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦୁର୍ନୀତି ଦିନକୁ ଦିନ ବଢ଼ି ବାରେ ଲାଗିଛି, ସରକାରଙ୍କର ଦୃଷ୍ଟି ଅଡୁଆଳରେ ବଡ଼ ବଡ଼ ସରକାରୀ ବାବୁ ଏବଂ ମାଫିଆ ମାନେ ସରକାରୀ ଯୋଜନାକୁ ହାତେଇବାରେ ଲାଗିଛନ୍ତି | ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ଗ୍ରାମପଞ୍ଚାୟତରେ | ଏହି ପଞ୍ଚାୟତର ଦୁର୍ନୀତିକୁ ଚପାଇଦେବା ପାଇଁ ମାଫିଆ ମାନେ ଅଫିସରେ ଥିବା ସମସ୍ତ ଆବଶ୍ୟକୀୟ ଦସ୍ତାବିଜକୁ ପୋଡିଦେଇଛନ୍ତି | ସରକାରୀ କାର୍ଯ୍ୟାଳୟରେ ପସି କାଗଜ ପତ୍ର ପୋଡି ଦେବା ତାହା ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି ହେଉଛି |

ସରକାରୀ କାର୍ଯ୍ୟାଳୟ ପୋଡି ଯାଉଛି କିନ୍ତୁ ଦଶରଥପୁର ବିଡ଼ିଓଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ତାହା ଏବେ ସାଧାରଣ ଲୋକଙ୍କ ମନରେ ସନ୍ଦେହ ବଢ଼ିବାରେ ଲାଗିଛି | ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଗରିବଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରୁଥିବା ବେଳେ ତାହା ସାଧାରଣ ଲୋକଙ୍କ ପାଖରେ ପହଂଚି ପାରୁନାହିଁ | ଏହାକୁ ଦଳୀୟ ନେତା କର୍ମୀ ମାନେ ଏବଂ କିଛି ଅସାଧୁ ମାଫିଆ ମାନଙ୍କ ମଧ୍ୟରେ ଭାଗ ବାଣ୍ଟ କରାଯାଇ ହରିଲୁଟ କରାଯାଉଥିବାର ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି |

ଏହି ପଞ୍ଚାୟତରେ ଜଣଙ୍କ ନାମରେ ଦୁଇ ଥରରୁ ଅଧିକ ମୋ-ଗୁହାଳ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିନା କାର୍ଯ୍ୟ କରି ଏନଆରଇଜିଏସ୍ ବିଲ୍ ହାତେଇବା ଏବଂ ଏହି ପଞ୍ଚାୟତରେ ଗୋଟେ ରାସ୍ତାକୁ ଏକାଧିକ ଥର ବିଲ୍ କରାଯାଇ ହରିଲୁଟ କରାଯାଇଛି | ନନ୍ଦିପୁର ପଞ୍ଚାୟତ ଅଫିସରେ ସକାଳ ସମୟରେ ଅଗ୍ନିକାଣ୍ଡ ହୋଇଥିବାର ଖବର ସ୍ଥାନୀୟ ଲୋକମାନେ ଦେଖି ଦଶରଥପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ | ସେଠାରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ