Masthead

ଆଜିଠୁ ରାଜ୍ୟରେ ବର୍ଷା, ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ରାଜ୍ୟରେ ପୁଣି ବର୍ଷା । ଭିଜିବ ଉପାନ୍ତରୁ ଉପକୂଳ । କାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ବଜ୍ରପାତ, ବର୍ଷା ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ । ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ ।

ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ଏଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । କାଲିଠୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ, ବାଲେଶ୍ବର, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ବଜ୍ରପାତ ବର୍ଷା ନେଇ ୧୭ ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା