Masthead

ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) : ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଲା । ବର୍ତ୍ତମାନର ବିସିସିଆଇର ସଭାପତି ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପଦାପର୍ଣ କରିବେ । ତେବେ ନିୟମ ଅନୂଯାୟୀ, ବିସିସିଆଇର ସଭାପତିଙ୍କ ବୟସ ୭୦ ବର୍ଷରୁ ଅଧିକା ହେବା ଉଚିତ ନହେଁ, ସେହି ଅନୁଯାୟୀ ୬୫ ବର୍ଷୀୟ ରାଜୀବ ଶୁକ୍ଳା ଏବେ ୩ ମାସ ପାଇଁ କାର୍ୟ୍ୟକାରୀ ସଭାପତି ରୂପେ ଭୂମିକା ନେଇପାରନ୍ତି ବୋଲି କୁହାଯାଇଛି । ସେପ୍ଟେମ୍ବରରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ସମୟରେ ରାଜୀବ ଶୁକ୍ଳାଙ୍କୁ ବୋର୍ଡର ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ନିର୍ବାଚିତ କରାଯିବ । ରୋଜର ବିନ୍ନି ଅକ୍ଟୋବର ୨୦୨୨ରେ ବିସିସିଆଇର ୩୬ ତମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ । ଗାଙ୍ଗୁଲି ତାଙ୍କର ତିନି ବର୍ଷର କାଯ୍ୟର୍କାଳ ପୂରଣ କରିଥିଲେ ।
ସେତେବେଳେ ରୋଜର ବିନ୍ନି ଶୀର୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପାର୍ଥୀ ଥିଲେ । ବିନ୍ନି ବିସିସିଆଇର ସଭାପତି ହେବା ପରେ, ଭାରତ ଦୁଇଟି ସୀମିତ ଓଭର ଫର୍ମାଟ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା । ଭାରତ ୨୦୨୪ ରେ ଆଇସିସି ଟି ୨୦ ବିଶ୍ୱକପ ଏବଂ ୨୦୨୫ ରେ ଆଇସିସି ଚାମ୍ପିଅନ ଟ୍ରଫି ଜିତିଥିଲା । ବିନ୍ନିଙ୍କ ସମୟରେ ଘରୋଇ କ୍ରିକେଟରଙ୍କୁ ଭଲ ପ୍ରୋତ୍ସାହନ ମିଳିଥିଲା । ଖେଳାଳୀ ମାନଙ୍କ ଦରମା ବୃଦ୍ଧି ପାଇବା ସହିତ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳୀମାନଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଉପଯୁକ୍ତ ଏବଂ କଠୋର ପଦକ୍ଷେପ ନିଆଯାଇଥିଲା । ୧୯୮୩ ବିଶ୍ୱକପ ବିଜୟୀ ଦଳର ମୂଖ୍ୟ ଖେଳାଳି ଥିବା ଅଲରାଉଣ୍ଡର ବିନ୍ନି ୨୭ ଟେଷ୍ଟ ମ୍ୟାଚ୍ ଏବଂ ୨୭ ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି