Masthead

ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ

ପାଟନା, (ବଡ଼ ଖବର ବ୍ୟୁରୋ) : ଆର ପାରିରେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ନେତା ରାମ ବିଳାସ ପାଶୱାନ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପାଶୱାନଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁଅ ଚିରାଗ ପାଶୱାନ ଟୁଇଟ୍ କରି ଲେଖିଲେ ‘ ମିସ୍ ୟୁ ପାପା’ । ସେ ବିହାର ରାଜନୀତିରେ ଜଣେ ବରିଷ୍ଠ ଓ ଲୋକପ୍ରିଅ ନେତା ଥିଲେ । ସାରା ଦେଶ ଜଣେ ବିଚକ୍ଷଣ ତଥା ଅନୁଭବୀ ନେତାଙ୍କୁ ହରାଇଛି ।

ସେ ୧୯୪୬ ମସିହା ଜୁଲାଇ ୫ରେ ବିହାରର ଖଗରିଆରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ରାଜନୈତିକ ଜୀବନ ୧୯୬୯ ମସିହାରେ ସମ୍ୟୁକ୍ତ ସମାଜବାଦୀ ପାର୍ଟିରୁ ଆରମ୍ଭ କରିଥିଲେ ଏବଂ ସେହି ବର୍ଷ ପ୍ରଥମ ଥର ପାଇଁ ବିହାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୧୯୭୪ ମସିହାରେ ଲୋକ ଦଳରେ ସାମିଲ ହୋଇଥିଲେ ଏବଂ ଲୋକ ଦଳର ସାଧାରଣ ସଂପାଦକ ହୋଇଥିଲେ । ସେ ଆଠ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ରାଜ୍ୟ ସଭାକୁ ମଧ୍ୟ ଯାଇଥିଲେ । ସେ ପ୍ରଥମ ଥର ପାଇଁ ୧୯୭୭ ମସିହାରେ ଜନତା ପାର୍ଟିରୁ ହଜିପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ ସେ ସେହି ନିର୍ବାଚିତ ମଣ୍ଡଳୀରୁ ୧୯୮୦, ୧୯୮୯, ୧୯୯୬, ୧୯୯୮, ୧୯୯୯, ୨୦୦୪ ଓ ୨୦୧୪ରୁ ଆଠ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।

୨୦୦୦ ମସିହାରେ ପାଶୱାନ ଲୋକ ଜନଶକ୍ତି ପାର୍ଟି ଗଠନ କରିଥିଲେ ଏବଂ ଦଳର ସଭାପତି ହୋଇଥିଲେ । ସେ ୨୦୦୪ ମସିହାରେ UPAରେ ଯୋଗ ଦେଇ ରାସାୟନିକ ଓ ସାର ବିଭାଗ , ଇସ୍ପାତ ବିଭାଗର ମନ୍ତ୍ରୀ ହୋଇଥିଲେ । ପାଶୱାନ ୨୦୦୯ ସାଧାରଣ ନିର୍ବାଚନ ପରାସ୍ତ ହେବା ପରେ ୨୦୧୦ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୪ ସାଧାରଣ ନିର୍ବାଚନରେ ପୁଣି ଥରେ ହଜିପୁର ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୪ ସାଧାରର ନିର୍ବାଚନରେ ବିଜେପି ମେଣ୍ଟ NDA ରେ ଯୋଗ ଦେଇଥିଲେ । NDAରେ ଯୋଗ ଦେବା ପରେ ସେ ୨୦୧୪-୨୦୧୯ ଏବଂ ୨୦୧୯ ରୁ ଆଜି ପର୍ୟ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ