Masthead

ସହାୟତା ଅପେକ୍ଷାରେ ରାମଚନ୍ଦ୍ର

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଜଗତସିଂପୁର ତିର୍ତ୍ତୋଲ ବ୍ଲକ ମୂଳିସିଂ କାଣ୍ଡିସାହି ଗ୍ରାମର ରାମଚନ୍ଦ୍ର ମହାରଣା । ୨ବର୍ଷ ହେଲାଣି କୀଡୀନି ରୋଗରେ ପୀଡିତ ଅଛନ୍ତି । ୬ପ୍ରାଣୀଙ୍କୁ ନେଇ ତାଙ୍କ ପରିବାର । ବଡପୁଅ ନବକିଶୋର ମହାରଣା ମୂଲ ଲାଗି ପରିବାର ପ୍ରତିପୋଷଣ କରିଥାଆନ୍ତି । ବାପାଙ୍କ ଚିକିତ୍ସାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି ନବକିଶୋର ।

କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ମେଡିକାଲରେ ଚିକିତ୍ସତ ହୋଇଆସୁଥିଲେ । କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସିତ ନହୋଇ ଫେରି ଆସିଛନ୍ତି । ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି ରାମଚନ୍ଦ୍ରଙ୍କ ପରିବାର । ଆରୋଗ୍ୟ ହେବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଥିଲେ । ମାତ୍ର ପ୍ରଶାସନ ଏଥିପ୍ରତି କୋଣସି ପଦକ୍ଷେପ ନେଉନାହିଁ । ଏ ବିଷୟରେ ସରପଞ୍ଚ ଅର୍ନପୂର୍ଣ୍ଣା ବିଶ୍ୱାଳ ମଧ୍ୟ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି । ମୃତ୍ୟୁ ସହ ସଂଗ୍ରାମ କରି ଦୁଇ ବର୍ଷ ହେବ ବିଛଣାରେ ପଡି ରହିଛନ୍ତି ରାମଚନ୍ଦ୍ର । ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ରାମଚନ୍ଦ୍ରଙ୍କ ପରିବାର । ଏଥି ସହିତ ରାମଚନ୍ଦ୍ରଙ୍କୁ ଘର ଯୋଗାଇ ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା