Masthead

ସ୍ଥିତିବାନ ଜମିରେ ସରକାରୀ କାର୍ଯ୍ୟ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ବାଣପୁର ବ୍ଲକରେ ସରକାରୀ ଅର୍ଥର ଅପ ବ୍ୟବହାର କରୁଛନ୍ତି ପ୍ରଶାସନିକ ବାବୁମାନେ। ସରକାରଙ୍କ ଲୋକାଭିମୁଖ ଯୋଜନା ଲାଗୁନି ଜନହିତରେ। ସ୍ଥିତିବାନ ଜମିରେ ସରକାରୀ ଅର୍ଥରେ ଚାଲିଛି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ତୁମ୍ବୁରାପୁଟ ପଞ୍ଚାୟତ ରତନପୁର ଗ୍ରାମର ସୁବର୍ଣ୍ଣ ବେହେରାଙ୍କ ପରିବାର ଲୋକେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ତାହା ପୁଣି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସରପଞ୍ଚଙ୍କ ନାମରେ। ନିଜର ସ୍ଥିତିବାନ ଜମି ଉପରେ ସରକାରୀ ଅର୍ଥରେ ନିର୍ମାଣ ହେଉଛି ମାର୍କେଟ କମ୍ପ୍ଲେକ୍ସ ।

ପ୍ରତିବାଦ କରିବାରୁ ମିଳୁଛି ଧମକ। ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଏବଂ ସରପଞ୍ଚଙ୍କ ମାଧ୍ୟମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଅଭିନବ ଉପାୟରେ ସରକାରୀ ଅର୍ଥକୁ ଆତ୍ମସାତ କରୁଥିବାର ଅଭିଯୋଗ ଆଣିଲେ ସୁବର୍ଣ୍ଣଙ୍କ ପରିବାର। ନିୟମ ନଥିବାବେଳେ କେମିତି ଜଣଙ୍କ ବ୍ୟକ୍ତିଗତ ଜାଗା ଉପରେ ତିଆରି ହେଉଛି ସରକାରଙ୍କ ଅନୁମୋଦନରେ ଆସିଥିବା ମାର୍କେଟ କମ୍ପ୍ଲେକ୍ସ। ତିଆରି ଚାଲିଥିବା ମାର୍କେଟ କମ୍ପ୍ଲେସ ଆଗାମୀ ଦିନରେ ସମୂହ ସ୍ୱାର୍ଥରେ ଲାଗିବ ନା ଜାଗା ମାଲିକଙ୍କ କାମରେ ଲାଗିବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ କିପରି ବିଭିନ୍ନ ଯୋଜନା ନାମରେ ସରକାରୀ ଅର୍ଥକୁ ଆତ୍ମସାତ କରୁଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ନିଜ ସ୍ଥିତିବାନ ଜମିରେ ଅବୈଧ ଭାବେ ନିର୍ମାଣ ହେଉଥିବା ମାର୍କେଟ କମ୍ପ୍ଲେକ୍ସ ର କାର୍ଯ୍ୟ ବନ୍ଦ କରିବା ପାଇଁ ସୁବର୍ଣ୍ଣ ବେହେରା ଏବଂ ପରିବାର ଲୋକେ ଅଭିଯୋଗ ପତ୍ର ନେଇ ବାଣପୁର ବି.ଡି.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ବାରମ୍ବାର ଦୌଡ଼ି ଏବେ ନିରାଶ ଏବଂ ହତାଶ । ଏହି ବାବଦରେ ବାଣପୁର ବିଡ଼ିଓଙ୍କ ପ୍ରତିକ୍ରିୟା ନେଵାକୁ ଚାହିଁବାରୁ ପ୍ରତିକ୍ରିୟା ଶୀଳ ହୋଇ ଉଠିବା ସହିତ ମୋ ପାଖରେ ଏ ସବୁ କାମ ପାଇଁ ସମୟ ନାହିଁ ବୋଲି କହିଥିବା ବେଳେ କ୍ୟାମେରା ଆଗରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ ।

ଅନ୍ୟପଟେ ଜିଲ୍ଲା ପରିଷଦ ସଭ୍ୟ ନିର୍ମାଣ କାର୍ଯ୍ୟକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା କହିଥିବା ସହିତ ସେ ଏ ନେଇ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ସରକାରୀ ବାବୁ ମାନଙ୍କ ଶିଥିଳତା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଲୋକାଭିମୁଖ ଯୋଜନା ନାମରେ ସରକାରୀ ଅର୍ଥ ବର୍ବାଦ ହେଉଥିବା ବେଳେ ଏହା ପାଇଁ ଦାୟୀ କିଏ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ସରକାର ଘଟଣାକୁ ଉପଯୁକ୍ତ ତଦନ୍ତ କରି ସୁବର୍ଣ୍ଣ କୁ ନ୍ୟାୟ ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି। ତେବେ ସୁବର୍ଣ୍ଣଙ୍କ ପରିବାରକୁ ପ୍ରଶାସନ ତରଫରୁ କେବେ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ